Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାର୍ତ୍ତିକ ପୂର୍ଣ୍ଣିମାରେ ସପ୍ତସ୍ୱର ସଙ୍ଗୀତ ଝଙ୍କାରର ଭଜନ,ନୃତ୍ୟ କାର୍ଯ୍ୟକ୍ରମ

1 min read

ଜୟପୁର:୧୨/୧୨ -ଆଜି ଜୟପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସପ୍ତସ୍ୱର ସଙ୍ଗୀତ ଝଙ୍କାର ତରଫରୁ ଭଜନ, ନୃତ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭୋର ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟଷରେ ଶିକ୍ଷାବିତ ନନ୍ଦିନୀ ରଞ୍ଜନ ମିଶ୍ର ଶ୍ରୀ ଜଗନ୍ନାଥଙ୍କ ଚରଣରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଭକ୍ତ ମାନଙ୍କର ମଙ୍ଗଳ କାମନା କରିଥିଲେ।ଯୋଗ ଶିକ୍ଷକ ଅବସରପ୍ରାପ୍ତ ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀଙ୍କୁ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମାନପତ୍ର,ଉପଠୌକନ,ଶ୍ରୀଫଳ ପ୍ରଦାନ ସହ ଫରଶମଣୀ ସମ୍ମାନରେ ସମ୍ବର୍ଦ୍ଧିତ କରି ଶ୍ରଦ୍ଧାଳୁଙ୍କ ଶୁଭ ମନାସିଥିଲେ।ସମ୍ମାନିତ ଅତିଥିଭାବେ ଶ୍ରୀ ଜଗନ୍ନାଥ ସେବାସମିତି କୋଷାଧ୍ୟକ୍ଷ ତଥା ଗୀତାଭବନ ସଭାପତି ଭବାନୀ ଚରଣ ଆଚାର୍ଯ୍ୟ ,ଯୋଗଶିବିରର ଦଣ୍ଡପାଣୀ ପଟ୍ଟନାୟକ,ସ୍ବରଘୁଙ୍ଗୁରର ଧିରେନ ମୋହନ ପଟ୍ଟନାୟକ,କାର୍ଯ୍ୟକାରିଣୀ ସଦସ୍ୟ ବିଘ୍ନେଶ୍ୱର ସମନ୍ତରା ଉପସ୍ଥିତ ଥିଲେ।କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ,ଉମାମହେଶ୍ୱରୀ ପଟ୍ଟନାୟକ,ଗୀତାଞ୍ଜଳୀ ନାୟକ,ଅର୍ପିତା ପାଢୀ, କୁନି ମହାନ୍ତି,ଏମ୍ ନରସିଂହ ପ୍ରସାଦ,ଅଜୟ ମହାନ୍ତି, ଶରତ ତରାଇ,ଧନ ହରିଜନ, କୌଶିକ ମିଶ୍ର,କିରଣ ଷଡଙ୍ଗି ଭାବପୂର୍ଣ୍ଣ ଭଜନ ଗାନକରି ପରିବେଶକୁ ସୁମଧୁର କରିଥିବାବେଳେ ଅନନ୍ୟା ପାଣିଗ୍ରାହୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।ବିଜୟଲକ୍ଷ୍ମୀ ପାଣିଗ୍ରାହୀ,ହିମାଂଶୁ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଧାରାବାହିକ ତଥ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ମହାନ୍ତି।ଠାକୁର ଦର୍ଶନରେ ଆସିଥିବା ଜୟପୁର ବାସୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *