Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାଣିକୋଇଲି ଥାନା ପଥରପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

1 min read

ଯାଜପୁର, ୧୨/୧୧ ଯାଜପୁର ପାଣିକୋଇଲି ଥାନା ପଥରପଦା ନିକଟ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଏକ ଆଲୁଵୋଝେଇ ଟ୍ରକ ସହ ଗୋଟେ ବାଇକର ଧକା। ମୃତକମାନେ ହେଉଛନ୍ତି ନହରପଦା ଗାଁର ଈଶ୍ୱର ପଣ୍ଡାଙ୍କ ପୁଅ ଜଗନ୍ନାଥ ପଣ୍ଡା, ବିରୁହା ପଞ୍ଚାୟତର ତଣ୍ଡରା ଗାଁ ର କାଠି ଦଳେଇ ଙ୍କ ପୁଅ ସିପୁନ ଦଳେଇ ଓ ଇନ୍ଦ୍ରମଣି ଦଳେଇ ଙ୍କ ପୁଅ ମହେଶ୍ୱର ଦଳେଇ। ଦୁର୍ଘଟଣା ଘଟିବା ପରେ ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନିଆଯାଇଥିଲା। ହସ୍ପିଟାଲ୍‌ରେ ପହଞ୍ଚୁ ପହଞ୍ଚୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *