01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଏହି ଭାଲୁ ତାଡ଼ିନେଇଥିଲା ମୋହନ ଆଖି,ବନବିଭାଗ ହାତରେ ଧରା ପଡିଲା

ଜେନାପୁର, ୧୨/୧୧: ଆଜି ବନବିଭାଗ କର୍ମଚାରୀ ମାନେ ସ୍ଥାନୀୟ ବଲରାମପୁର ସଂରକ୍ଷୀତ ଜଙ୍ଗଲରୁ ଏକ ଅସୁସ୍ଥ ଭାଲୁକୁ ଉଦ୍ଧାର କରିଛନ୍ତି । ଏହି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଉପରଗଡ଼ ଗାଁ ନିକଟ ପାହାଡ ପାଖରେ ଏକ ଅସୁସ୍ଥ ଭାଲୁ ପଡିରହିଥିବା ର ସେହି ଗ୍ରାମର ସୁବାଷ ଧୀର ଦେଖିବାକୁ ପାଇଥିଲେ । ତୁରନ୍ତ ସୁବାଷ ଏ ନେଇ ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ବନପାଳ ରଞ୍ଜନ କୁମାର ମିଶ୍ର, ସ୍କ୍ୱାର୍ଡ ପ୍ରଭାତ ସାହାଣୀ, ଏସ କେ ରାଜୁ, ପ୍ରକାଶ ବେହେରା, ସଦଳେବଳେ ପଂହଁଚି ଭାଲୁକୁ ଉଦ୍ଧାର କରି ଧର୍ମଶାଳା ପଶୁଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରେ ଭାଲୁଟିକୁ ଚିକିତ୍ସା କରାଯାଉଥିବାର ଜଣା ଯାଇଛି । ତେବେ ଭାଲୁଟି କେଉଁ କାରଣରୁ ଅସୁସ୍ଥ ହୋଇଛି ତାହା ଜଣାପଡିନାହିଁ । ଏହି ଭାଲୁ ପୂର୍ବରୁ ମୋହନ ନାମକ ଜଣେ ବ୍ୟକ୍ତିଙ୍କର ଆଖି ତାଡ଼ିନେଇଥିଲା । ଆଜି ସେଇ ଭାଲୁ ବନ ବିଭାଗ ହାତରେ ଧରା ପଡିଲା । ଉକ୍ତ ସଂରକ୍ଷିତ ଜଙ୍ଗଲ ରେ ଅନେକ ଜୀବଜନ୍ତୁ ରହିଥିବାରୁ ଆଖପାଖ ପାହାଡ଼ ରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ କୁ ସାଧାରଣରେ ବିରୋଧ କରାଯାଉଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *