Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର

1 min read

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) କୋଲନରା ବ୍ଲକ ଅନ୍ତର୍ଗତ ହାତୀଖମ୍ବା ଗ୍ରାମ ନିକଟସ୍ଥ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ପାଇଖାନା ଟାଙ୍କିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ହାତୀଖମ୍ବା ଗ୍ରାମର ଉଦାଲା ରାଜାରାଓ। ଉଦାଲା ତିନି ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ହାତୀଖମ୍ବା ଗ୍ରାମର ୨ ଜଣ ଯୁବକ ଶନିବାର ଉଦାଲାଙ୍କୁ କୌଣସି କାମ ପାଇଁ ଘରୁ ଡାକି ନେଇଥିଲେ। ବିଳମ୍ବିତ ରାତିରେ ୨ ଯୁବକ ଫେରି ଥିଲେ କିନ୍ତୁ ତାଙ୍କ ସହ ଉଦାଲା ଆଉ ଘରକୁ ଫେରି ନ ଥିଲେ। ଏନେଇ ଉଦାଲାଙ୍କ ସ୍ତ୍ରୀ ୨ ଯୁବକଙ୍କୁ ପଚାରିବାରୁ ସେ ପୂର୍ବରୁ ଫେରିସାରିଥିବା କହିଥିଲେ। କିନ୍ତୁ ସକାଳ ପର୍ଯ୍ୟନ୍ତ ଉଦାଲାଙ୍କର କୌଣସି ଖବର ନ ମିଳିବାରୁ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ।
ରବିବାର ଗ୍ରାମରୁ ଉଦାଲାଙ୍କ ମୃତଦେହ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପାଇଖାନା ଟାଙ୍କିରୁ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *