Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଷ୍ଟାଦଶ ଶତାବ୍ଦୀ ପାଇକପଡା ଶୈବ ମନ୍ଦିରରକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ, ଜିଲ୍ଲାପାଳ

1 min read

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) 11.11.2019 ପବିତ୍ର କାର୍ତ୍ତିକ ମାସ ଯାହାକୁ ହିନ୍ଦୁ ଧର୍ମାବଲମ୍ବୀ ଏକ ଏକ ପୂଣ୍ୟ ମାସ ବୋଲି କହିଥାନ୍ତି ଏହି କାର୍ତ୍ତିକ ମାସ ରେ ଶେଷ ସୋମବାର ଦିନ ରାୟଗଡା ଜ଼ିଲ୍ଲା ରେ ସମସ୍ତ ଶୈବ ପୀଠ ରେ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଥିଲା ରାୟଗଡା ଜ଼ିଲ୍ଲା ରେ ଅତି ପୁରାତନ ପାତାଳେଶ୍ଵର ଶିବ ମନ୍ଦିର ପାଇକପଡା ଠାରେ ହଜାର ହଜାର ସଂଖ୍ୟାରେ ଶିବ ଭକ୍ତ ଭଗବାନ ଶିବ ଙ୍କ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡା ହୋଇ ଦର୍ଶନ କରିଥିଲେ ଏହି ଅବସର ରେ ରାୟଗଡା ଜ଼ିଲ୍ଲା ପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏହି ପାଇକପଡା ଶିବ ମନ୍ଦିର ରେ ପହଂଚି ପୂଜା ଅର୍ଚନା କରିଥିଲେ ନିଜର ବକ୍ତବ୍ୟ ରେ କହିଥିଲେ ଏହି ଜ଼ିଲ୍ଲା ରେ ଆଦିବାସୀ ତଥା ଅନ୍ୟ ବର୍ଗ ରେ ଜନସାଧାରଣ ସରଳ ଓ ଭଗବାନ ବିଶ୍ୱାସୀ ଏହି ପାଇକପଡା ପାତାଳେଶ୍ଵର ମନ୍ଦିର ରେ ଉନ୍ନତି କରିବା ସହ ଏହି ଜ଼ିଲ୍ଲା ରେ ଏକ ଶ୍ରେଷ୍ଠ ପର୍ଯ୍ୟଷ୍ଟନ ସ୍ଥଳୀ ରୂପେ ଗୋଡି ତୋଳିବା ପାଇଁ ମୁ ଚେଷ୍ଟା କରିବି ଏହି ଶୈବ ମନ୍ଦିର ଟି ପାହାଡ଼ ପରିବେଷ୍ଟନୀ ରେ ଗଢି ଉଠିଥିବା ସ୍ଥାପତ୍ୟ ସଂସ୍କୃତି କଳା ରେ ଗାରିମା ନେଇ ରାୟଗଡା ଜ଼ିଲ୍ଲା ବହୁତ ଗର୍ବିତ କହିଥିଲେ ନାଗବଳି ନଦୀ କୂଳରେ ଦେଉଳୀ ପାହାଡ଼ ପଦ ଦେଶରେ ଏକ ଆଦିବାସୀ ଗ୍ରାମ ପାଇକପଡା ଗାଁ ନିକଟରେ ଶୈବ ବୌଦ୍ଧ ଶକ୍ତି ପରମ୍ପରା ରେ ବାର୍ତ୍ତା ନେଇ ଏହି ମନ୍ଦିର ପାତାଳେଶ୍ଵର ନାମରେ ନାମିତ ଏହି ମନ୍ଦିର ରେ କୋଟିଏ ଶିବ ଲିଙ୍ଗ ରୁ ମାତ୍ର ଗୋଟିଏ କମ ଲିଙ୍ଗ ସ୍ୱୟଂ ଆବିର୍ଭାବ ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ କୁହନ୍ତି ମନ୍ଦିର ଟ୍ରଷ୍ଟି ରେ ସଭାପତି ଶ୍ରୀ ଜଗଦୀଶ ମହାପାତ୍ର କହିଛନ୍ତି ଏହି ମନ୍ଦିର ରେ ବାର ମାସ ରେ ତେର ପର୍ବ ଅନୁଷ୍ଠିତ ହେଉଛି କିନ୍ତୁ ସରକାର ଙ୍କ ପର୍ଯ୍ୟଟନ ବିଭାଗ ଏହି ମନ୍ଦିର କୁ ପର୍ଯ୍ୟଟନ ସ୍ଥଳୀ ରେ ମାନ୍ୟତା ଦିଆଯାଇଛି କିନ୍ତୁ ପର୍ଯ୍ୟଟକ ଙ୍କ ପାଇଁ କୌଣସି ସୁବିଧା ନାହିଁ ତେଣୁକରି ପର୍ଯ୍ୟଟକ ମହଲ ରେ ଅସନ୍ତୁଷ୍ଟ ଦେଖାଦେଉଛି ଆମ ସମସ୍ତ ମନ୍ଦିର ପରିଚାଳନା କମିଟି ରେ ସମସ୍ତ ସଭ୍ୟ ଜ଼ିଲ୍ଲା ପାଳ ଙ୍କ ଏହି ମନ୍ଦିର ପରିଦର୍ଶନ ସମୟ ରେ ଏହି ମନ୍ଦିର ରେ ଅସୁବିଧା ସମ୍ପର୍କ ରେ ଅବଗତ କରିଥିଲୁ ଜ଼ିଲ୍ଲା ପାଳ ପ୍ରତିଶୃତି ଦେଇଛନ୍ତି ଯେ ଏହି ଶୈବ ମନ୍ଦିର କୁ ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ରେ ପରିଣତି କାରି ଏହି ମନ୍ଦିର ରେ ସବୁ ପ୍ରକାର ରେ ଉନ୍ନତି କରାଯିବ ବୋଲି ଆଜିର ଏହି ଶେଷ ସୋମବାର ଦିନ ଏହି ମନ୍ଦିର ରେ ନାମସଂକୀର୍ତ୍ତନ ସାଙ୍ଗ କୁ ଭଜନ ସଂକିର୍ତନ ପରିବେଷଣ କରିଥିଲେ ଆଖ ପାଖ ଅଂଚଳ ତଥା ପୋଡ଼ସି ଆନ୍ଧ୍ର ପ୍ରଦେଶ ଛତିଶଗଡ ରୁ ବହୁ ଶିବ ଭକ୍ତ ଏହି ମନ୍ଦିର କୁ ଦର୍ଶନ ପାଇଁ ସମାଗମ ହୋଇଥିଲା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *