ଜଳଙ୍ଗଗଣ୍ଡିବେଡ ଚଣ୍ଡି ମନ୍ଦିରରେ ବିଶ୍ବଶାନ୍ତି ଓ ଭାଗବତ ଗୀତା ଯଜ୍ଞ
ବାଲେଶ୍ବର,୧୨/୧୧–ବାଲେଶ୍ବରଜଳଙ୍ଗଗଣ୍ଡିବେଡ ଚଣ୍ଡି ମନ୍ଦିରରେ ବିଶ୍ବଶାନ୍ତି ଓ ଭାଗବତ ଗୀତା ଯଜ୍ଞ* ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗ ଗଣ୍ଡିବେଡ ଗ୍ରାମରେ ଥିବା ପ୍ରସିଦ୍ଧ ଚଣ୍ଡି ଠାକୁର ଓ ଅନ୍ଯାନ୍ଯ ଦେବାଦେବୀଙ୍କ ଶକ୍ତି ପୀଠରେ ପଵିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ଯୁଷରୁ ଅନନ୍ତ ନାୟକ, ଅନନ୍ତ ପଣ୍ଡା,ପ୍ରଶାନ୍ତ ମହାପାତ୍ର, ରାମଚନ୍ଦ୍ର ସାହୁ ପ୍ରମୁଖଙ୍କ ଦ୍ବାରା ଶୋଭାଯାତ୍ରାରେ କଳସ ଅଣାଯାଇଥିଲା । ଚଣ୍ଡି ସେବକ ବେଣୁଧର ତିଆଡି,ଉପେନ୍ଦ୍ର ତିଆଡି, ଅନ୍ନପୂର୍ଣ୍ଣା ପଣ୍ଡା,ପଣ୍ଡିତ ଜଗବନ୍ଧୁ ତିଆଡି, ତ୍ରୈଲୋକ ତିଆଡି, ଦୀନେଶ ପଣ୍ଡା,ଶରତ ପଣ୍ଡା,ଗଦାଧର ଉପାଧ୍ୟାୟ, ଲକ୍ଷ୍ମୀଧର ମିଶ୍ରଙ୍କ ସମେତ ୧୨ ଜଣ ବ୍ରାହ୍ମଣଙ୍କ ଦ୍ବାରା ଗୀତାପାଠ ଓ ମା’ ଙ୍କର ପୂଜାପାଠ କରାଯାଇଥିଲା । ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ, ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଦାସ,ସଭ୍ଯ ଭଗବାନ ଦାଶ ଓ ଅକ୍ଷୟ କୁମାର ଦାଶ,ସୁଶାନ୍ତ ମହାପାତ୍ର, ନାରାୟଣ ଦାସ,ବନବିହାରି ରଣାଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇ ସମସ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା । ପରେ ପରେ ପରମ୍ପରା ଅନୁଯାୟୀ ଗ୍ରାମ ମଧ୍ଯ ଭାଗରେ ଥିବା ପୋଖରୀରେ ଲକ୍ଷ୍ମୀନାରାୟଣ, ରସିକ ଜୀଉ ଠାକୁରଙ୍କୁ ଅଧିକାରୀ ଭାବଗ୍ରାହୀ ଦାଶଙ୍କ ଘରପାଖ ମନ୍ଦିରରୁ ଝାଞ୍ଜ,ମୃଦଙ୍ଗ, ଢୁଲ ଓ ବାଣ ଫୁଟାଇ ଜାକଜମକରେ ଅଣାଯାଇ ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନୌକାବିହାର କରାଯାଇଥିଲା । ଦୁଇ ଦିନ ଧରି ଆରମ୍ଭ ହୋଇଥିବା ଯଜ୍ଞର ଆଜି ରାତି ୧୨ ଟା ସମୟରେ ପୂର୍ଣ୍ଣହୂତି ହେବ ବୋଲି ଟ୍ରଷ୍ଟ ସୂଚନା ଦେଇଛି ।
*ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ*