Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କ୍ରସର ୟୁନିଟରେ ଟଙ୍କା ଆଦାୟ ନେଇ ଗୁଳି ଫୁଟିଲା

1 min read

କୋରାପୁଟଜିଲ୍ଲା: (ସଖପ୍ର) ପଥର କ୍ରସର ୟୁନିଟରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ପଥର କ୍ରସର ୟୁନିଟର ମାଲିକ ଆହତ ହୋଇଥିବା ଜଣାପଡିଛି । କୋରାପୁଟ ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲିପଣ୍ଡି ଗ୍ରାମରେ ଥିବା ଏକ ପଥର କ୍ରସର ୟୁନିଟରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା ପୋଲିସ ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କିଛି ନକଲି ମାଓବାଦୀ କ୍ରସରର ମାଲିକଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଆସିଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଆହତ କ୍ରସର ମାଲିକଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ଆଶା କିରନ ହସ୍ପିଟାଲ ଓ ପରେ ବିଶାଖାପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରିଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ପୋଲିସ ସନ୍ଦେହରେ ଅଟକ ରଖିଥିବା ବେଳେ ଅନ୍ୟ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି । ଏହି ଦଳ ଆଗରୁ ମଧ୍ୟ ନିଜକୁ ମାଓବାଦୀ ଭାବେ ପରିଚୟ ଦେଇ କ୍ରସର ମାଲିକଙ୍କ ଠାରୁ ଅର୍ଥ ନେଇଥିବା ଜଣାପଡିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *