Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ସହର ଡେଙ୍ଗୁ ଓ ମ୍ୟାଲେରିଆର ଆତଙ୍କ…

1 min read

ମାଲକାନଗିରି :ରାଜ୍ୟର ବିଭିନ୍ନ ସହରରେ ଡେଙ୍ଗୁ ମାଇଏନଫିଲିସ୍ ମଶା ଦ୍ବାରା ମେଲେରିଆ ଓ ଡେଙ୍ଗୁ ଜ୍ବର ବ୍ୟାପୁଥିବା ବେଳେ ମଶା ବଂଶ ନିପାତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ମାଲକାନଗିରି ଜିଲ୍ଲା ସହର ମଧ୍ୟରେ ଥିବା ଝାଟିମାଟି କଲୋନୀର ପୁରାତନ ପୋଖରୀ ଓ ସତୀଗୁଡା କେନାଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଫଳରେ ମେଲେରିଆ ଓ ଡେଙ୍ଗୁ ଜ୍ବର ବ୍ୟାପୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସତିଗୁଡା ଜଳସେଚନ ବିଭାଗ ଅଧିନସ୍ଥ ଏହି ପୋଖରୀ ଓ କେନାଲ ମରାମତି ନାମରେ ବହୁବାର କାଗଜପତ୍ରରେ କାର୍ଯ୍ୟ ହୋଇଥିବା ଦର୍ଶାଇ ବ୍ୟାପକ ହରିଲୁଟ ହେବା ଖବର ଜଣାପଡିଛି। କର୍ତ୍ତୃପକ୍ଷ ତୁରନ୍ତ ଏହି ପୋଖରୀ ଓ କେନାଲ ମରାମତି ଓ ସଫେଇକରିବାସହ ଦୁର୍ନିତିର ତଦନ୍ତ କରିବାକୁ ଦାବୀ ହେଉଛି।ରକ୍ଷଣାବେକ୍ଷଣ ଅଭାବରୁ କେନାଲ ବନ୍ଧ ଉପରେ ଲୋକମାନେ ଜବରଦଖଲ କରି ଘର ମଧ୍ୟ କରି ଦେଲେଣି। ଜଳସେଚନ ବିଭାଗ ପଛପଟେ ଓ ଦୈନିକ ବଜାର ପାର୍ଶ୍ଵରେ ଯାଇଥିବା କେନାଲ ଅଳିଆ ଆବର୍ଜନା ହୋଇପଡିବାସହ କେନାଲ ବନ୍ଧ ଭାଙ୍ଗି ପାଣି ଏଣେତେଣେ ପଳାଉଥିବାରୁ ଚାଷକାର୍ଯ୍ୟରେ ଲାଗିପାରୁ ନଥିବା ଅଭିଯୋଗ ହେଉଛି |ପ୍ରଶାସନ ଯଥାଶୀଘ୍ର ଏଥି ପ୍ରତି ଦୃଷ୍ଟି ଦେଇ ଆବର୍ଜନା ସଫା କରିବାକୁ ପଦକ୍ଷେପ ନେବାକୁ ଜନସାଧାରଣ ଦାବିକରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *