Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବରିଷ୍ଠ ନାଗରିକ ସନାତନ ସାମଲଙ୍କ ପରଲୋକ

1 min read

ଯାଜପୁର/ଧର୍ମଶାଳା: ୬/୧୧ (ସଖପ୍ର)ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ପଂଚାୟତ କଦଳା ଗ୍ରାମର ବରିଷ୍ଠ ନାଗରିକ ତଥା ସଂକୀର୍ତନ ପ୍ରେମୀ ସନାତନ ସମାଲଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି । ସେ ନିଜ କାର୍ଯ୍ୟରେ ନିକଟସ୍ଥ ନଦୀ ନିକଟକୁ ଆସିଥିବା ବେଳେ ସେଠାରେ ପଡିଯାଇଥିଲେ । ଖବର ପାଇ ଗ୍ରାମବାସୀ ତାଙ୍କୁ ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ଖବର ପାଇ ବହୁ ବିଶିଷ୍ଠ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ସାଗର ସମାଲ ଗ୍ରାମ ଶ୍ମଶାନରେ ମୁଖାଗ୍ନୀ ଦେଇଥିଲେ । ସେ ଏହି ଅଂଚଳର ଜଣାଶୁଣା ବରିଷ୍ଠ ସମ୍ବାଦିକ କୌଳାସ ରାଉତଙ୍କ ବଡ ଭିଣେଇ ଏବଂ ଆମ ଐତିହ ସମ୍ପାଦକ ମାନସ ରାଉତଙ୍କ ପିଉସା ଅଟନ୍ତି । ସେ ଜଣେ ସଂକୀର୍ତନ ପ୍ରେମୀ ତଥା ଧର୍ମବିତ୍ ଭାବରେ ଏହି ଅଂଚଳରେ ବେଶ ଜଣାଶୁଣା ଥିଲେ । ବିଭିନ୍ନ ଧାର୍ମିକ କାର୍ଯ୍ୟରେ ସେ ଜଡିତ ରହୁଥିଲେ । ସେ ଜଣେ ଶାନ୍ତ ସରଳ ନିଷ୍ମପଟ ବ୍ୟକ୍ତି ଭାବରେ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ । ତାଙ୍କର ଏଭଳି ଅକାଳ ବିୟୋଗରେ କଦଳା, ହରିଦାସପୁର, ନେଉଳପୁର ଆଦି ପଂଚାୟତରେ ଶୋକର ଛାୟା ଖେଳିଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *