Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖୋର୍ଦ୍ଧା ଜାତୀୟ ରାଜପଥ ଜେମାଦେଇ ଶ୍ମଶାନ ନିକଟରୁ ଯୁବତୀ ଉଦ୍ଧାର

1 min read

ଖୋର୍ଦ୍ଧା : ଖୋର୍ଦ୍ଧା ଜାତୀୟ ରାଜପଥ ନିକଟରୁ ଅର୍ଧନଗ୍ନ ଅବସ୍ଥାରେ ଏକ ଅଜଣା ଯୁବତୀକୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି । ଭୁବନେଶ୍ୱରରୁ ଖୋର୍ଦ୍ଧା ଏକ କାରରେ ଲିଫ୍ଟ ମାଗି ଆସୁଥିବା ବେଳେ ତାଙ୍କୁ ଖୋର୍ଦ୍ଧା 16ନଂ ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଫାଣ୍ଡି ଅଧିନରେ ଥିବା ଜେମାଦେଇ ଶ୍ମଶାନ ନିକଟରେ ଉକ୍ତ କାରରେ ଥିବା ଦୁର୍ବୃତ୍ତମାନେ ଫିଙ୍ଗି ଦେଇ ଚାଲିଯାଇଥିବା ଜଣାପଡିଛି । ତେବେ ଯୁବତୀଙ୍କୁ ସ୍ଥାନୀୟ ଲୋକ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଯୁବତୀଙ୍କୁ ନେଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଛନ୍ତି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ବେଦନଶୀଳ ଥିବାରୁ ମେଡିକାଲରେ ଖୋର୍ଦ୍ଧା ଏସ୍ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ଘଟଣାର ଅନୁସନ୍ଧାନ ଜାରୀରଖିଛନ୍ତି। ଆଜିସକାଳେ ଖୋର୍ଦ୍ଧା ମେଡିକାଲରୁ ପୀଡିତାକୁ ଭୁବନେଶ୍ୱର କୋର୍ଟକୁ ନିଆଯାଇଛି।

ଖୋର୍ଦ୍ଧାରୁ ମହମ୍ମଦ ୟୁସୁଫ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *