Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ବ୍ଲକସ୍ତରୀୟ ପରବ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

ଜୟପୁର: ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ ‘ପରବ’ର ଏକ ଅଂଶ ଭାବେ ପରିଚିତ ବ୍ଲକ ଉତ୍ସବ। ଆଜି ଜୟପୁର ବ୍ଲକ ସ୍ତରୀୟ ପରବରେ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକାଭିମୁଖି କରିବା ପରବର ଉଦ୍ଦେଶ୍ୟ ବୋଲି କହିଥିଲେ। ବହୁ ଆଡମ୍ବର ସହକାରେ ଏହି ଉତ୍ସବରେ ନାଚଗୀତ ଆୟୋଜନ ହୋଇଥିଲା । ବିଗତ ବର୍ଷଗୁଡିକ ଭଳି ଚଳିତ ଥର ମଧ୍ୟ ଝଙ୍କଡ ଦେଇ ମନ୍ଦିରରୁ ପୂଜା ହେଲା ପରେ ମଶାଲ ବାହାରିଥିଲା। ତେବେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା। ଝଙ୍କଡ ଦେଇ ମନ୍ଦିର ପାଖରୁ ପାରମ୍ପାରିକ ନୃତ୍ୟସହ ମଶାଲ ଜୟପୁର ବ୍ଲକ ଅଫିସକୁ ଅଣା ଯାଇଥିଲା। ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଜୟପୁର ବିଧାୟକଙ୍କର ନୃତ୍ୟ। ସେ ବିଭିନ୍ନ ନୃତ୍ୟ ଦଳଙ୍କ ସହ ତାଳ ମିଳାଇ ନାଚ କରିଥିଲେ। ଜୟପୁର ବ୍ଲକରେ ମଶାଲ ପହଞ୍ଚିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବିଭିନ୍ନ ବିଭାଗ ଓ ସ୍ବୟଂ ସହାୟକ ଗୋଷ୍ଠି ତରଫରୁ ବିଭିନ୍ନ ଖାଦ୍ୟ ଓ କଳା ପ୍ରଦର୍ଶନ କରାଯାଇଥିଲା। ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ , ଜିଲ୍ଲା ପରିଷଦ, ଜୟପୁର ବିଧାୟକ, ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *