ଆନନ୍ଦ ଉତ୍ସବର ପରିବେଶ ଭିତରେ ପାଳିତ ହେଲା କାର୍ଣ୍ଣିଭାଲ
କୋରାପୁଟଜିଲ୍ଲା:୩/୧୧(ସଖପ୍ର) କୋରାପୁଟ ସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଆଜି ଅପରାହ୍ନରେ କାର୍ଣ୍ଣିଭାଲ ଆୟୋଜିତ ହୋଇଥିଲା।ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଚାଲିଥିଲା ଏହି ଉତ୍ସବ। ଏହା ପୂର୍ବରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ଜଳଛାୟା କାରଯ୍ୟାଳୟ ନିକଟରୁ ବାହାରିଥିଲା।ଏହି ଶୋଭାଯାତ୍ରା କାର୍ଣ୍ଣିଭାଲ ପଡିଆରେ ପହଞ୍ଚିବାପରେ ପଡିଆର ରଙ୍ଗ ବଦଳି ଯାଇଥିଲା।ନାଚ ଗୀତ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ମ୍ୟୁଜିକ ଚେୟାର,ଝୋଟି,ମେହେନ୍ଦି,ଚିତ୍ରକଳା ପ୍ରତିଯୋଗିତା ହୋଇଥିଲା।ସବୁଠାରୁ ଆକର୍ଷଣୀୟ ଥିଲା ଦଉଡିଟଣା। ଏକାଧିକ ଷ୍ଟଲରେ ବିଭିନ୍ନ ପ୍ରକାର ପିଠା ଓ ମିଠା ମିଳୁଥିଲା।ମଞ୍ଚରେ ନାଚଗୀତ ସାଙ୍ଗକୁ ବଡି ବିଲ୍ଡିଙ୍ଗ୍ ସୋ କୁ ଦର୍ଶକ ଉପଭୋଗ କରିଥିଲେ। ତେବେ ସବୁଠାରୁ ଆକର୍ଷଣୀୟ ଥିଲା ପୁଷ୍ପ ପ୍ରଦର୍ଶନୀ।ବିଳମ୍ବିତ ସଂଧ୍ୟାରେ ଆତସବାଜୀ ପ୍ରଦର୍ଶନ କୋରାପୁଟ ଆକାଶକୁ ପୂରା ରଙ୍ଗୀନ କରିଦେଇଥିଲା।ଏହି ସଂଧ୍ୟାରେ ଅତିଥିଭାବେ ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟାଙ୍ଗି ବିଧାୟକ ପୀତମ ପାଢୀ,ପୂର୍ବତନ ସାଂସଦ ଝୀନ ହିକକା,କୋରାପୁଟ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।