Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ଥାୟୀ ନିଯୁକ୍ତି ଦାବୀରେ ରାମକୋ କାର୍ଯ୍ୟାଳୟ ଆଗରେ ଧର୍ମଶାଳା ବିକାଶ ପରିଷଦର ଗଣଧାରଣା

1 min read

ଧର୍ମଶାଳା:(ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲ୍ଲାରେ ହରିଦାସପୁର ମୌଜାରେ ରାମକୋ ସିମେଂଟ କମ୍ପାନୀ ପକ୍ଷରୁ ଏକ ସିମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଜମି ଅଧିଗ୍ରହଣ ଏବଂ ବିସ୍ତାପତି ଅଂଚଳର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ କମ୍ପାନୀ ପ୍ରତିଷ୍ଠା ସମୟରେ କୁହାଯାଇଥିବା ବେଳେ କମ୍ପାନୀ ତାହା ପାଳନ କରିନାହିଁ । ଅପର ପକ୍ଷରେ ବାହାରୁ ଲୋକଙ୍କୁ ନିଯୁକ୍ତି ଦେବା ସହିତ ଅଂଚଳର ବିକାଶକୁ ଗୁରୁତ୍ୱ ଦେଉନାହିଁ । କମ୍ପାନୀ ସ୍ଥାପନ ନିୟମ ମୁତାବକ ଯେଉଁଠାରେ କମ୍ପାନୀ ପ୍ରତିଷ୍ଠା ହେବ ସେହି ଅଂଚଳରେ ସର୍ବପ୍ରଥମେ ଗ୍ରାମ ସଭା ଏବଂ ପଲ୍ଲୀ ସଭା କରାଯାଇ କମ୍ପାନୀ ସ୍ଥାପନ ହେବ ନାଁ ନାହିଁ ଲୋକମାନଙ୍କ ମତାମତ ନିଆଯିବ । ପରେ ନିକଟସ୍ଥ ଅଂଚଳର ୬୦ପ୍ରତିଶତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ଦିଆଯିବାର ନିୟମ ରହିଛି । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ତାହା ନକରି ବାହାର ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦେଉଛି । ଯାହାର ଫଳସ୍ୱରୁପ ଏହି ଅଂଚଳର ଲୋକମାନେ ପ୍ରଦ୍ୟୁଷଣ ବଳୟରେ ଛଟପଟ ହେବା ସହିତ ବେକାରୀ ଯୁବକ ଯୁବତୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବହୁବାର ସ୍ଥାନୀୟ ଲୋକ ରାମକୋ ସମ୍ମୁଖରେ ଧାରଣ ଦେବା ପରେ ମଧ୍ୟ କମ୍ପାନୀ ଏହାପ୍ରତି କର୍ଣ୍ଣପାତ କରୁନାହିଁ । ଆଜି ଧର୍ମଶାଳା ବକାଶ ପରିଷଦ ନେତୃତ୍ୱରେ ଏକ ସର୍ବଦଳୀୟ ଭାବେ କମ୍ପାନୀ କାର୍ଯ୍ୟାଳୟ ସମ୍ପୁଖରେ ଧାରଣା ଦିଆଯାଇଥିଲା । ବିକାଶ ପରିଷଦର ସଭାପତି ଶ୍ରୀକାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବିଜେପି ନେତା କାହ୍ନୁ ଚରଣ ଦାଶ, ସାଧାରଣ ସମ୍ପାଦକ କଂଗ୍ରେସ କମିଟିର ଅଖିଳ କୁମାର ସ୍ୱାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ରାଉତ, ବିଜେପି ଯୁବ ନେତା ସୁରେଶ ଜେନା, କଳିଙ୍ଗସେନା ନେତା ରବିନ୍ଦ୍ର ଧିର, ବିକାଶ ପରିଷଦ କୋଷାଧ୍ୟକ୍ଷ ସୁନାକର ପାଳ, ଧର୍ମଶାଳା ବିକାଶ ପରିଷଦ ସମ୍ପାଦକ ବିରଂଚି ସାହୁ, ଦିଲ୍ଲିପ ପ୍ରଧାନ, ବିଜି ବିଶ୍ୱାଳ, ଧର୍ମାନନ୍ଦ ସାହୁ, ମହେଶ୍ୱର ବିଶ୍ୱାଳ, ତଫିହିମୁଲ କିନିୟାନ, ବିକ୍ରମ ସାହୁ, ତିଳକ ରାଉତ, ନିରଞ୍ଜନ ସମାଲ ସମେତ ବହୁ ବେକାର ଯୁବକ ଯୁବତୀ ଧାରଣାରେ ସାମିଲ ହୋଇଥିଲେ । ପରେ ଏକ ଦାବିପତ୍ର ରାମକୋ ଏମ.ଡିଙ୍କୁ ପ୍ରଦାନ କରାଯାଇଥିଲା । ଯଦି ୧୫ଦିନ ଭିତରେ ଦାବୀ ପୂରଣ ନହୁଏ ତେବେ ଏକ ବଡଧରଣର ଗଣଆନ୍ଦୋଳନ ହେବ ବୋଲି ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *