Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ସହରରେ ଦ୍ରୃତ ମୋଟର ସାଇକେଲ ଚାଳକଙ୍କ ପାଇଁ ଜନ ଅସନ୍ତୋଷ ବୃଦ୍ଧିପାଉଛି

1 min read

କୋରାପୁଟଜିଲ୍ଲା : ଜୟପୁର ସହରରେ ଦ୍ରୃତ ମୋଟର ସାଇକେଲ ଚାଳକଙ୍କ ପାଇଁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଜଣା ପଡିଛି। ଦ୍ରୃତ ମୋଟର ସାଇକେଲ ଚାଳକ ବେପରୁଆ ଭାବରେ ମୋଟର ସାଇକେଲ ଚାଳନା ସହ ଦୃତ ଗତିରେ ଚଳାଉ ଥିବାରୁ ଜନ ସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତା ସାଙ୍ଗକୁ ମୋଟର ସାଇକେଲରେ ଲାଗିଥିବା ସାଇଲେନ୍ସରକୁ ବଦଳାଇ ଉଚ୍ଚ ଶଦ୍ଦଯୁକ୍ତ ସାଇଲେନ୍ସର ଲଗାଇ ରାସ୍ତାରେ କାନଫଟା ଶଦ୍ଦକରି ଯାଉଛନ୍ତି। ଯାହାର ଶଦ୍ଦ ୧୦୦ ଡେସିବେଲରୁ ଅଧିକ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ବରିଷ୍ଠ ନାଗରିକ, କୋମଳମତି ଶିଶୁ, ଗର୍ଭବତୀ ମହିଳା, ଉଚ୍ଚ ରକ୍ତଚାପ ରୋଗୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଓଡିଶାର ବିଭିନ୍ନ ଜିଲ୍ଲାରେ ଚେକିଙ୍ଗ ସହ ମୋଟର ସାଇକେଲରୁ ସାଇଲେନ୍ସର ଖୋଲାଯିବା ଖବର ଗଣ ମାଧ୍ୟମର ପ୍ରକାଶିତ ହେଲାପରେ ମଧ୍ୟ କୋରାପୁଟ ଜିଲ୍ଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ ତିନିମାସ ତଳେ ଜୟପୁର ଉପଜିଲ୍ଲାପାଳ ସ୍ବତନ୍ତ୍ର ଚିଠି ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଓ ଆରଟିଓଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଆଜକୁ ତିନିମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଚିଠିର ନକଲ ଦିଆଗଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜିବୀ ମହଲରୁ ଦାବୀ ହେଉଛି। ପ୍ରକାଶ ଥାଉ କି ଜୟପୁର ଏମ୍ ଜି ରୋଡ ରେ ଗୋଟିଏ ୧ବର୍ଷର ଶିଶୁ ବୁଲେଟର ବିକଟାଳ ଶଦ୍ଦରେ ଆକ୍ରାନ୍ତ ହୋଇଥିଲା। ବହୁତ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଉଦାହରଣ ରହିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *