Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରା,ଫତେପୁର ରାସ୍ତା ପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡିବ କେବେ ?

1 min read

ବାଲେଶ୍ବର,୨/୧୧–ସରକାର ରାସ୍ତା ନିର୍ମାଣ ଓ ମରାମତି ବାବଦରେ କୋଟି କୋଟି ଟଙ୍କା ବ୍ଯୟ କରୁଥିବା ବେଳେ ବାଲେଶ୍ବର ଜିଲ୍ଲା ଖଇରା–ଫତେପୁର ରାସ୍ତା ପ୍ରତି ନଜର ନଦେବା ବଡ଼ ଦୁଃଖର ବିଷୟ ହୋଇଛି । ସୋର–କୁପାରୀ ୫୭ ନମ୍ବର ରାଜ୍ୟରାଜ ପଥ ଖଇରା ବ୍ଲକ ଖଇରା ପଞ୍ଚାୟତ ଠାରୁ ଫତେପୁରକୁ ଯାଇଛି ଯାହାର ଲମ୍ବ ୬ କିଲୋମିଟର ଏହି ରାସ୍ତାଟି । ଏହି ୬ କିଲୋମିଟର ରାସ୍ତା ଉପରେ ଖଇରା ଓ ଔପଦା ବ୍ଲକ ସମେତ ଦୈନିକ ବହୁ ଜନସାଧାରଣ ନିର୍ଭର କରିଥାନ୍ତି । ଉକ୍ତ ରାସ୍ତା ଦେଇ ରାଜ୍ଯର ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ୍ ମଧ୍ଯ ଯାତାୟତ କରିଥାଏ । ଦୈନିକ ଶହଶହ ମାଲ ପରିବହନ ମଧ୍ଯ ହୋଇଥାଏ ମାଲବୁହା ଗାଡି ଦ୍ବାରା । ଅତ୍ଯଧିକ ଓଜନର ମାଲବାହୀ ଗାଡି ଯାତାୟାତ କରିବା ଦ୍ବାରା ରାସ୍ତାର ଢଳେଇ ଫାଟିବା ସହିତ ଏଭଳି ଗାଢ ସୃଷ୍ଟି ହୋଇଛି ଯେ ବିଭିନ୍ନ ସମୟରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଦୁର୍ଘଟଣାରେ ପ୍ରାଣହାନୀ ଘଟୁଥିବାର ନଜିର ମଧ୍ଯ ଅଛି । ସେଥିମଧ୍ଯରୁ ଖଇରା ସେବାସମବାୟ ସମିତି ନିକଟରେ ସୃଷ୍ଟି ହୋଇଥିବା ଗାଢରେ ବର୍ଷା ସମୟରେ ବର୍ଷା ପାଣି ଜମି ରହିବା ଫଳରେ ଲୋକମାନେ ଜାଣିନପାରି ପଡିଯାଇ ମେଡିକାଲ ଧରୁଛନ୍ତି । ସେହିପରି ସାରକୋଣା ଗାଁ ଠାରେ ମଧ୍ଯ ଢଳେଇରେ ଫାଟ ଓ ଗାଢ ସୃଷ୍ଟି ହେବା ଫଳରେ ଯାତାୟାତରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲାପରେ ମଧ୍ଯ କେହି କର୍ଣ୍ଣପାତ କରୁ ନଥିବାରୁ ଶେଷରେ ବାଧ୍ଯ ହୋଇ ନିର୍ମାଣ ଓ ମରାମତି କଥା ଗଣମାଧ୍ୟମକୁ ଜଣାଇଛନ୍ତି । ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଯାଇ ରାସ୍ତାର ଅବସ୍ଥା ଦେଖିଥିଲେ । ଦୀର୍ଘଦିନ ହେଲା ଏହି ଖାବରା ରାସ୍ତା ପ୍ରତି କେହି ଦୃଷ୍ଟି ଦେଉ ନଥିବାରୁ ଜନସାଧାରଣ ରାସ୍ତା ରୋକ ପାଇଁ ଅଣ୍ଟା ଭିଡୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ଠାରୁ ଜଣାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ଯ ସମ୍ଭବ ହୋଇପାରି ନାହିଁ । ସରକାରଙ୍କର ଗାଁ କୁ କାମ ମାଆକୁ ସମ୍ମାନ ଏହି ରାସ୍ତାରେ ସମ୍ପୂର୍ଣ୍ଣ ଫେଲ ମାରିଛି । ତୁରନ୍ତ ଯଦି ମରାମତି ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *