Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସୁନ୍ଦର ମୋ ଭାଷା ସାହିତ୍ୟର ଅନନ୍ୟା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ କବି ତଥା ସାମ୍ବାଦିକ

1 min read

ଖଇରା,୪/୧୧–ଐତିହାସିକ ଏବଂ ପୁରାଣ ପ୍ରସିଦ୍ଧ କଳା, ସଂସ୍କୃତି ଓ ଶିକ୍ଷାର ଧର୍ମପୀଠ କେନ୍ଦୁଝର ଜିଲ୍ଲା ଜମ୍ଭରା ଠାରେ “‘ ସୁନ୍ଦର ମୋ ଭାଷା ସାହିତ୍ୟ ସଂସଦ ତଥା ଅନନ୍ୟା “‘ ପରିବାରର ଅଷ୍ଟମ ରାଜ୍ୟସ୍ତରୀୟ ସାମ୍ବତ୍ସରିକ କଳା, ସାହିତ୍ୟ, ଶିକ୍ଷା,ସଂସ୍କୃତି ଓ ସମାଜସେବା ସମାରୋହ ମହାସମାରୋହରେ ଗତକାଲି ପାଳିତ ହୋଇଯାଇଛି।ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଉଦ୍ୟମ ତଥା ଭଲପାଇବାର ମଧୁର ପରଶରେ ଆକର୍ଷିତ ହୋଇ ଅନ୍ୟୁନ ଅଣତିରିଶିଟି ଜିଲ୍ଲାରୁ କବି,ଲେଖକ,ଗାଳ୍ପିକ,ପ୍ରାବନ୍ଧିକ,ଔପନ୍ୟାସିକ,ଗାୟକ,ନାଟ୍ୟକାର,ଶିକ୍ଷକ,ସମାଜସେବୀ,ସିନେ କଳାକାର ଉପସ୍ଥିତ ଓ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ଯମଣ୍ଡିତ କରିଥିଲେ । ପ୍ରଭାତ ୫ଟାରୁ ପ୍ରଭାତ ଫେରି,ସକାଳ ୭ରୁ ନାମ ସଂକୀର୍ତ୍ତନ ପରେ ମାଆ ତାରିଣୀଙ୍କ ପୂଜାର୍ଚ୍ଚନା ସହ ପ୍ରଥମ ଅଧିବେଶନର ଅୟମାରମ୍ଭ ହୋଇଥିଲା । ବିଶିଷ୍ଟ ସାହିତ୍ୟିକ ଓ ଯାତ୍ରା ଗବେଷକ ଡ଼ଃ ପଦ୍ମଲୋଚନ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ବ୍ୟଙ୍ଗ ରଶ୍ମୀ ପ୍ରତାପ ରଶ୍ମୀ,କଳ୍ପନା କଳ୍ପଲତା ବିଶ୍ୱାଳ ଓ ମାଳତୀମଣୀ ଧଳଙ୍କ ସୁନ୍ଦର ଉପସ୍ଥାପନାରେ କବିତା,ସଂଗୀତ ଓ ନୃତ୍ୟ ପରିଚାଳନା ହୋଇଥିଲା।ସାଧାରଣ ଅଧିବେଶନର ଅୟମାରମ୍ଭରେ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ବନ୍ଦେ ଉତ୍କଳ ଜନନୀରୁ ଆରମ୍ଭ ହୋଇଥିଲା । ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଲମ୍ବୋଦର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ,ସମ୍ମାନୀତ ଅତିଥି ସୌମ୍ୟଶ୍ରୀ ପାଣିଗ୍ରାହୀ(ସହ ଜିଲ୍ଲାପାଳ ଭଦ୍ରକ),ବିମ୍ବାଧର ବିଶ୍ୱାଳ(ଜିଲ୍ଲା ବିଜେଡି ସଭାପତି),ସଂଗୀତା ଦାଶ(ଆଦର୍ଶ ଶିକ୍ଷୟତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କ ସହଧର୍ମିଣୀ), ଡ଼ଃ ମହେନ୍ଦ୍ରପ୍ରସାଦ ଦାସ(ସମୀକ୍ଷକ ),ପୁର୍ଣ୍ଣଚନ୍ଦ୍ର ବେହେରା(ଶିକ୍ଷାବିତ),ନୃସିଂହ ଚରଣ ସେନାପତି(ଶିକ୍ଷାବିତ),ପୁରୁଷୋତ୍ତମ ମହାନ୍ତି(ସମାଜସେବୀ),ମୁଖ୍ୟ ବକ୍ତା ଅକ୍ଷୟ କୁମାର ରଣା(ଅବସରପ୍ରାପ୍ତ ଅଧ୍ୟକ୍ଷ) ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ।ପ୍ରତିଷ୍ଠାତାଙ୍କ ସୁନ୍ଦର ମୋ ଭାଷା ସାହିତ୍ୟ ଅଡିଓର ଜୀବନ୍ତ ଗୀତ ଓ ସ୍ୱାଗତଂ ଅଭିନୟ ନୃତ୍ୟ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବୈଜ୍ଞାନିକ ଅଟଳ ବିଜ୍ଞାନ ଖଟୁଆ,ମାନସ ରଞ୍ଜନ ପାଠୀ, ଜଗମୋହନ ନାୟକ,ସର୍ବଗୁଣସମ୍ପନ୍ନ ବିଭୁ ନାରାୟଣ ରାଉତ,ଚିତ୍ରଶିଳ୍ପୀ କମଳିନୀ ସ୍ୱାଇଁ,ରାଜ୍ୟସ୍ତରୀୟ କବିତା,ଗଳ୍ପ,ପ୍ରବନ୍ଧ ବିଜେତା ଅନନ୍ୟା ସେନାପତି,ବସନ୍ତ କୁମାର ପଣ୍ଡା,ବୈଜୟନ୍ତୀ ସାହୁ( ଅନନ୍ଯା ସାରଥୀ ସମ୍ମାନ) ସମେତ ଚବିଶ ଜଣ ଓ ଶ୍ରେଷ୍ଠ ଶିଶୁ ପ୍ରବଚକ ଦ୍ବିତୀକୃଷ୍ଣ ବାରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ବିଧାୟକ ଭାଗୀରଥି ସେଠୀଙ୍କୁ ଅନନ୍ୟା କଳିଙ୍ଗ ପୁତ୍ର ସମ୍ମାନ,ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ଅନନ୍ୟା ଭାଷା ସାହିତ୍ୟ ବିଶାରଦ ସମ୍ମାନ,ସଂଗୀତା ଦାଶଙ୍କୁ ଅନନ୍ୟା ଭାଷା ସାହିତ୍ୟ ଅମୁଲ୍ୟ ରତ୍ନ ସମ୍ମାନ,ଅକ୍ଷୟ କୁମାର ରଣାଙ୍କୁ ଅନନ୍ୟା ସାହିତ୍ୟ ବିଶାରଦ ସମ୍ମାନ ,ମହେନ୍ଦ୍ର ପ୍ରସାଦ ଦାସଙ୍କୁ ଅନନ୍ୟା ଶ୍ରେଷ୍ଠ ସାହିତ୍ୟ ସମୀକ୍ଷକ ସମ୍ମାନ ଦିଆଯିବା ସଂଗେ ସଂଗେ ରାଜ୍ୟର ବିଭିନ୍ନ ବିଭାଗର ୧୧୧ଜଣ ପ୍ରତିଭାଧାରୀଙ୍କୁ ମାନପତ୍ର,ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିମଧ୍ୟରୁ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର କବି,ଗାଳ୍ପିକ ଓ ସଂଗ୍ରାହକ ତଥା ରିପୋର୍ଟର ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ନିଜର ସ୍ବରଚିତ କଵିତା ” ମାଆକୁ ସମ୍ମାନ ” ପାଠକରି ଅନନ୍ଯା ” କଳିଙ୍ଗ ପୁତ୍ର ” ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ବ୍ଲକ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେଥିପାଇଁ ସବୁ ମହଲରୁ ଶ୍ରୀ ବେହେରାଙ୍କ ପାଖକୁ ପ୍ରସଂଶାର ସୁଅ ଛୁଟିଛି । ଏଥିସହିତ ଦମୟନ୍ତୀ ରଥ(ନରସିଂହପୁର,କଟକ) ଅନନ୍ଯା ” କାବ୍ଯ ଭାରତୀ “, ଅସ୍ବନୀ ଶତପଥୀ(ବାଲେଶ୍ବର) ଅନନ୍ଯା ” ଉତ୍କଳ ଗୌରବ ସ୍ମୃତି ” , ପ୍ରଦୀପ କୁମାର ସାହୁ(ସରସରା,ବୌଦ୍ଧ) ଅନନ୍ଯା ” ଉତ୍କଳ ଘଣ୍ଟ ସ୍ମୃତି ” , ରୁକ୍ମଣୀ ସାହୁ(ଉଦଳା) ଅନନ୍ଯା ” ସାହିତ୍ୟ ଜ୍ଯୋତି “, ମାଳତୀମଣୀ ଧଳ,ସରିତା ମହାନ୍ତି, ଦୀନବନ୍ଧୁ ପୋଇ,ସ୍ନିଗ୍ଧା ସାମନ୍ତରାୟ, ମମତା ମୟୀ ବିଶ୍ବକଲ୍ଯାଣୀ ରାଉତ(କନକମ୍ପା,କେନ୍ଦୁଝର) ଅନନ୍ଯା ” ଉତ୍କଳ ଭାରତୀ ସ୍ମୃତି ” ସମ୍ମାନରେ ସମ୍ମାନୀତ ହୋଇ ବ୍ଲକ ତଥା ଜିଲ୍ଲା ପାଇଁ ପ୍ରସଂଶା ଆଣିଛନ୍ତି । ତୃତୀୟ ତଥା ଅନ୍ତିମ ଅଧିବେଶନ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଶ୍ୱରଞ୍ଜନ ମହାନ୍ତି,ସାବିତ୍ରୀ ଧାରାବାହିକର ନାୟକ ମହାପ୍ରସାଦ କର,କୁଆଁରୀ ବୋହୂର ଶ୍ରଦ୍ଧା(ପ୍ରିୟଙ୍କା ରଥ) ଓ ରହିଛି ରହିବି ତୋରି ପାଇଁ(ପ୍ରକାଶ ଜେନା)ଙ୍କ ଅଭିନୟ ଓ ସଂଳାପରେ ମଞ୍ଚ ଦୁଲୁକିଥିଲା । ଶେଷରେ ବିଶ୍ୱରଂଜନ ମହାନ୍ତିଙ୍କୁ ଅନନ୍ୟା ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସମ୍ମାନ,ମହାପ୍ରସାଦ କରଙ୍କୁ ଅନନ୍ୟା ଶ୍ରେଷ୍ଠ ନାୟକ ସମ୍ମାନ,ପ୍ରକାଶ ଜେନାଙ୍କୁ ଅନନ୍ୟା ଶ୍ରେଷ୍ଠ ଖଳନାୟକ ସମ୍ମାନ ଓ ପ୍ରିୟଙ୍କା ରଥଙ୍କୁ ଅନନ୍ୟା ଶ୍ରେଷ୍ଠ ନାୟିକା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ବାଣୀପୀଠ ପ୍ରତିଷ୍ଠାତା ଡ଼ଃ କୁମାର ବାବୁଲି,ପଦ୍ମଲୋଚନ ପାଠାଗାର ମୁଖ୍ୟ ଡ଼ଃ ପଦ୍ମଲୋଚନ ମହାକୁଡ,ସମୟର ଚକ୍ର ମୁଖ୍ୟ ସର୍ବେଶ୍ୱର ଜେନା ସମେତ ଉଣେଇଶିଟି ଅନୁଷ୍ଠାନର କର୍ମକାର୍ତ୍ତାଙ୍କ ଆତ୍ମୀୟତା ପୂର୍ଣ୍ଣ ସହଯୋଗ ଉତ୍ସବକୁ ମୁଖରିତ କରିଥିଲା । ପୃଷ୍ଠପୋଷକ ପ୍ୟାରୀମୋହନ ମଲ୍ଲିକ(ବୁନୁ),ପଞ୍ଚାନନ ମହାନ୍ତୁ,ଅଶ୍ୱିନୀ କୁମାର ମହାନ୍ତି,ପୁଷ୍ପିତା ପହି, ବିଜୟ କୁମାର ମଲ୍ଲିକ,ମାନସ ପାଠୀ,ଚିନ୍ମୟ ନାୟକ,କାହ୍ନୁ ଚରଣ ହାତୀ,ରଞ୍ଜନ ମହାପାତ୍ର ବ୍ୟବସ୍ଥା ସହାୟତା ଦେବାବେଳେ ଅମୁଲ୍ୟ ହାତୀ,ସ୍ମିତ ରଞ୍ଜନ ସେନାପତି,ନଳିନୀକାନ୍ତ ମହାନ୍ତି,ଅରୂପ ରାଉତ,ସୁଶାନ୍ତ ଜେନା,କୃପାସିନ୍ଧୁ ମଲ୍ଲିକ,ଜୟଦେବ ମହାନ୍ତି,କୋଦଣ୍ଡଧର ମଲ୍ଲିକ,ଲକ୍ଷ୍ମୀଧର ପାତ୍ର,ମଇନ ମଲ୍ଲିକ,ରବି ମଲ୍ଲିକ,ଗୋପବନ୍ଧୁ ସେନାପତି ଓ ଜମ୍ଭରା ଗ୍ରାମବାସୀବୃନ୍ଦ କାର୍ଯ୍ୟକ୍ରମ ର ପୂର୍ଣ୍ଣ ସହାୟତା କରିଥିଲେ । ଶେଷରେ ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତି ଧନ୍ଯବାଦ ଦେଇ ସଭା ସାଙ୍ଗ ହୋଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *