Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସଂଯୋଗୀ ସଜଫୁଲର କବିତା ଆସର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

ବାଲେଶ୍ବର,୪/୧୧–କେନ୍ଦୁଝର ଜିଲ୍ଲା ଘଟଗାଁର ସୃଜଳଶୀଳ,ତୈମାସିକ ସାହିତ୍ୟ ପତ୍ରିକା “ସଂଯୋଗୀ ସଜଫୁଲ ” ତରଫରୁ ସ୍ଥାନୀୟ ଅଞ୍ଚଳର କବି ପିତାମ୍ବର ଶତପଥୀଙ୍କ ସ୍ବରଚିତ ଆଧ୍ୟାତ୍ମିକ ତତ୍ତ୍ବ ମୂଳକ କବିତା ସଂକଳନ ” ଶ୍ରୀ ଶ୍ରୀ ହନୁମାନ ମାହାତ୍ମ୍ୟ ” ଓ ପାଟଣା ଅଞ୍ଚଳର ଜନାର୍ଦ୍ଦନ ମହାନ୍ତିଙ୍କ ରଚିତ ଖଣ୍ଡବାକ୍ଯ ଭାରତ ଭ୍ରମଣ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ଶୋଭନୀୟ ଶିକ୍ଷାଶ୍ରମ ଘଟଗାଁ ପରିସର ମଧ୍ଯରେ ଅନୁଷ୍ଠିତ ହୋଇଥିବା ସଂଯୋଗୀ ସଜଫୁଲର କବିତା ଆସରରେ ପତ୍ରିକାର ମୁଖ୍ୟ ସମ୍ପାଦକ ଓ ପ୍ରକାଶକ ଉପେନ୍ଦ୍ର ଦାଶଙ୍କ ପୌରହିତ୍ଯରେ ବର୍ଷିୟାନ କବି ମଙ୍ଗୁଳି ଚରଣ ପୃଷ୍ଟି ଓ ଚିନ୍ତାମଣି ମହାଳିକ ଅତିଥି ରୂପେ ଯୋଗଦେଇ କଳିଯୁଗର ପ୍ରଭୁ ଅମିତ ବିକ୍ରମ ଶ୍ରୀ ଶ୍ରୀ ହନୁମାନ ଜୀଙ୍କୁ ପ୍ରତ୍ୟକ୍ଷ ଦେଵତା ରୂପେ ଅଭିହିତ କରି ତାଙ୍କର ଅନେକ ଗୁଢତତ୍ତ୍ବ ସମ୍ପର୍କରେ ଆଲୋକପାତ କରିବା ସହିତ ଶ୍ରୀ ଶତପଥୀଙ୍କ ରଚିତ ପୁସ୍ତକ ଶ୍ରୀ ଶ୍ରୀ ମହାତ୍ମ୍ଯ ଓ ଶ୍ରୀ ମହାନ୍ତଙ୍କ ରଚିତ ଭାରତ ଭ୍ରମଣକୁ ଶୁଭ ଉନ୍ମୋଚନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମଟିକୁ ଅତିଥିମାନଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହେବା ସହ କୁନି କବୀ ଦିବ୍ଯଭାରତୀ ପଲେଇ ଗୀତା ପାଠ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ବରିଷ୍ଠ କବି ନିତ୍ଯାନନ୍ଦ ବେହେରାଙ୍କ ସ୍ବାଗତ ଅଭିଭାଷଣ ପରେ କେନ୍ଦୁଝର ଜିଲ୍ଲାର ଶିଶୁ ସାହିତ୍ଯିକ ସ୍ବର୍ଗତ ବସନ୍ତ କୁମାର ମଲ୍ଲିକଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉନ୍ମୋଚିତ ପୁସ୍ତକ ୨ ଟିକୁ ଶିକ୍ଷକ ତଥା କବି ସତ୍ଚିଦାନନ୍ଦ ସାହୁ ସମୀକ୍ଷା କରିବା ସହିତ ଯୁବ କବି ରାଜୀବ ଲୋଚନ ମହାନ୍ତ କବିତା ସଂଯୋଜନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ବାବୁଲାଲ ପଲେଇ ସଭାର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଉକ୍ତ ସଭାକୁ ଅନନ୍ତ ମୁଦୁଲି, ହେମନ୍ତ ରଣା, ମିନା ବେହେରା, ସ୍ମିତାରାଣୀ ରାଉତ,ସଞ୍ଜୟ ସାହୁ,କମଳାକାନ୍ତ ମିଶ୍ର,ସୁଜାତା ଗୁପ୍ତା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିବା ସହିତ ଅତିଥି ଚର୍ଚ୍ଚା ମଧ୍ଯ କରିଥିଲେ । ଏହି ଅବସରରେ କେନ୍ଦୁଝର ଓ ଯାଜପୁର ଅଞ୍ଚଳରୁ ପୂର୍ଣ୍ଣ ଚନ୍ଦ୍ର ସାହୁ, ଘନଶ୍ଯାମ ବୋଇତେଇ,ସନ୍ତୋଷ ଗିରି,କୈଳାସ ପାତ୍ର,ଅର୍ଜୁନ ଚରଣ ବେହେରା, ରାମଚନ୍ଦ୍ର ସାହୁ, ସୁଜିତ୍ ମିଶ୍ର,ଅକ୍ଷୟ ପଲେଇ, ସରୋଜ କୁମାର ସେନାପତି, ଗୋଲକ ଚନ୍ଦ୍ର ପଲେଇ,ତପନ କୁମାର ଦାଶ,ନରହରି ମହାନ୍ତବର୍ମା,ପ୍ରସନ୍ନ ବାରିକ ଓ ରମାକାନ୍ତ ବେହେରାଙ୍କ ସମେତ ୬୦ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ସହ-ସମ୍ପାଦକ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *