02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁନେଇ ବିରୋଧ କଲା ମାଲକାନଗିରି ଜିଲ୍ଲା କଂଗ୍ରେସ

ମାଲକାନଗିରି : ଲଷ୍ମୀ ଯୋଜନାକୁ ମାଲକାନଗିରି ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଗତ ଦିନରେ ଜବାହାର ଯୋଜନାରେ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଶହେ ରୁ ଉର୍ଦ୍ଧ ବସ ଆସିଥିବା ବେଳେ ବର୍ତ୍ତମାନ ତାହା ଖରାପ ହୋଇ ପଡିରହିଛି ।ମୋ ବସ , ବିଜୁ ଗାଁ ଗାଡି , ଜନସେବା ଭଳି ଯୋଜନା ଆରମ୍ଭ ହୋଇଥିବା କିନ୍ତୁ ବର୍ତ୍ତମାନ ତାହା କେଉଁ କାମକୁ ନୁହେ ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି ।ନିର୍ବାଚନ ପୂର୍ବରୁ ମିଛ ଯୋଜନା କରି ରାଜ୍ୟ ସରକାର ଲୋକଙ୍କୁ ଠକୁଥିବା ବେଳେ ଅତୀତରେ ନିର୍ବାଚନ ପୂର୍ବରୁ ଏମିତି ଅନେକ ଯୋଜନା ଆରମ୍ଭ ହୋଇ ବନ୍ଦ ହୋଇଯାଇଛି । ତେଣୁ ଏହି ଲଷ୍ମୀ ଯୋଜନା କେବଳ ନିର୍ବାଚନ କୁ ଆଖି ଆଗରେ ରଖି ଆରମ୍ଭ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।ଏପଟେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ସମେତ ଅନେକ ଅଞ୍ଚଳ କୁ ରାସ୍ତା ନଥିବା ବେଳେ ଲଷ୍ମୀ ଯୋଜନାର ବସ୍ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତାକୁ ନେଇ କଂଗ୍ରେସ ଉଠାଇଛି ପ୍ରଶ୍ନ ।ମାଲକାନଗିରି ଜିଲ୍ଲାରେ ୧୧୧ ଟି ପଂଚାୟତ ଥିବା ବେଳେ ମାତ୍ର ୩୬ ଟି ବସ କାହିଁକି ଦିଆଗଲା ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ କଡା ଭାଷାରେ କଟାକ୍ଷ କରି କହିଛନ୍ତି । ଏପଟେ କାର୍ଯ୍ୟକ୍ରମ ପାଇଁ ଗ୍ରାମପଞ୍ଚାୟତ ର ପି ଇ ଓ ମାନେ ୨୦୦୦ ଲେଖାଏଁ ଲୋକ ଆଣିବେ ଏବଂ ଲୋକ ବୋହିବା ପାଇଁ ବାହାରୁ ୧୦୦ ଟି ଗାଡି ଅଣାଯାଇଥିବା କଥା ସଭାପତି ଗୋବିନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏସବୁ ବିଜେଡ଼ି ସରକାର ର ସବୁ ବିଫଳ ଯୋଜନ। ରାଜ୍ୟ ବିଜେଡ଼ି ଖାଲି ଲୋକଙ୍କ ଠାରୁ ଭୋଟ ସଂଗ୍ରହ ସକାଶେ ଏହିଭଳି ପ୍ରହସନ କରୁଛି ବୋଲି ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ପାତ୍ର ସମ୍ମିଳନୀରେ କହିଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *