ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ଶିଶୁକନ୍ୟା ଦିବସ-୨୦୨୩ ପାଳିତ

ମାଲକାନଗିରି : ସ୍ଥାନୀୟ ବୁଟଗିୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେ , ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝି ଓ ଯୋଜନା ସଂଯୋଜିକା ବିଜୟଲକ୍ଷ୍ମୀ ଚୌଧୁରୀ ସମ୍ମାନିତ ଅତଥିି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ମୁଖ୍ୟ ଅତଥିି ଭାବେ ଯୋଗ ଦେଇଥିଲେ ଓ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା, ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ଓ ବରିଷ୍ଠ ବୈଷୟିକ ପରାମର୍ଶଦାତା ସରୋଜ କୁମାର ସାମନ୍ତରାୟ ସମ୍ମାନୀତ ଅତଥିି ରୂପେ ଯୋଗଦେଇ ଶିଶୁ କନ୍ୟା ମାନଙ୍କୁ ଉତ୍ତମ ନାଗରିକ ଓ ବିଭିନ୍ନ କ୍ଷେତ୍ରରେ ସଫଳ ହେବା ପାଇଁ ଉପଦେଶ ଦେଇଥିଲେ ଓ ବିଭିନ୍ନ ପ୍ରତିଯୋଗିତା ଯଥା- ପ୍ରବନ୍ଧ ଲିଖନ, ସଂଗୀତ, ଚିତ୍ର, କୌତୁକ ପୋଷାକ, ସ୍ଲୋଗାନ ଲିଖନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଜଲ୍ଲିାର ବଭିିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଚାରକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଶୈକ୍ଷିକ ସଂଯୋଜକ ଶେଷଶଙ୍କର ମହାଳିକା, ସୀତାରାମ ଗୌଡ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଶିକ୍ଷକ ପ୍ରମୋଦ କୁମାର ସେନାପତି ସ୍ୱାଗତ ଭାଷଣ, ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ