Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ମାଲକାନଗିରି : ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଏହି ବସ୍ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମିଳିବ । ମାଲକାନଗିରିରେ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ୍ । ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଅର୍ଥନୀତିକୁ ଆହୁରି ମଜବୁତ କରିବା ସହ ଗାଁ ଗାଁରେ ସମୃଦ୍ଧି ଆଣିବ । ମାଲକାନଗିରି ମୋର ବହୁତ ପ୍ରିୟ । ମାଲକାନଗିରିରୁ ହିଁ ଟଙ୍କିକିଆ ଚାଉଳ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଲକ୍ଷ୍ମୀ ଯୋଜନା ଆରମ୍ଭ କରି ମୁଁ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ଟିକେଟ୍ କିଣି ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ କରି ସେଠାରେ BQSର ଶୁଭାରମ୍ଭ କରିଥିଲେ । ଲକ୍ଷ୍ମୀ ଯୋଜନାରେ ଘର ପାଖକୁ ଆସିବ ବସ । ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ , ଚାଷୀକୁ ମାର୍କେଟ ସହ ଯୋଡିବ, ରୋଗୀ ସୁବିଧାରେ ହସ୍ପିଟାଲ ଯାଇପାରିବ । ମାଆମାନେ ସୁବିଧାରେ ଅଫିସରୁ ମାର୍କେଟ ଯାଇପାରିବେ । ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ନବୀନ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଗୁରୁପ୍ରିୟା ସେତୁ ମାଲକାନଗିରି ବିକାଶ ରଏକ ବଡ ମାଇଲଷ୍ଟୋନ୍ । ଏହି ସେତୁ ଜରିଆରେ ସ୍ୱାଭିମାନ ଅଞ୍ଚଳରେ ବିକାଶର ଆଲୋକ ଆସିଛି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *