Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୬୬୨ ଅଧ୍ୟାପକ କର୍ମଚାରୀ ସଂଘ ବିଶେଷ କର୍ତ୍ତବ୍ୟରତ ଅଧିକାରୀଙ୍କ ସହ ଆଲୋଚନା

1 min read

କୋରାପୁଟଜିଲ୍ଲା : ଦକ୍ଷିଣ ଓଡ଼ିଶା ଅନ୍ୟତମ ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଜୟପୁର ନବ ନିଯୁକ୍ତ ବିଶେଷ କର୍ତ୍ତବ୍ୟରତ ଅଧିକାରୀ ପ୍ରଫେସର ଦେବୀ ପ୍ରସାଦ ମିଶ୍ରଙ୍କ ସହ ନିଖିଳ ଓଡ଼ିଶା ୬୬୨ ବର୍ଗ ଅନୁଦାନ ପ୍ରାପ୍ତ (+୨ ଓ +୩) ଅଧ୍ୟାପକ କର୍ମଚାରୀ ସଂଘ କୋରାପୁଟ ଶାଖା ସଭାପତି ତ୍ରିନାଥ ପାତିକାଙ୍କ ତତ୍ବାବଧାନରେ ଅଧ୍ୟାପକ ଅଧ୍ୟାପିକା ପ୍ରଫେସର ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ କିଭଳି ସମଗ୍ର ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ବିଭିନ୍ନ ପ୍ରତିଯୋଗିତାରେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସମସ୍ତ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ କିପରି ସ୍ନାତକୋତ୍ତର ଶିକ୍ଷା ଖୋଲିବା ସହ ଗବେଷଣାତ୍ମକ ପାଠ୍ୟକ୍ରମ କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା କରିଥିଲେ। ସାକ୍ଷାତକାର ସମୟରେ ସଂଘର ଯୁକ୍ତ ତିନି ସଂପାଦକ କିଶୋର ଚନ୍ଦ୍ର ବେହେରା, ସହ ସଂପାଦକ ଦୁଷ୍ମନ୍ତ ଚୌଧୁରୀ, କୋଷାଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା, ଅଧ୍ୟାପକ ଶୁଦ୍ଧାଶୁଂ ଶେଖର ପଟ୍ଟନାୟକ, ମଧୁସୂଦନ ସାହୁ ଏବଂ ଅଜିତା କୁମାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *