Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ

1 min read

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଇ.ଏମ୍.ଏସ୍.ଟି ବିଦ୍ୟାଳୟରେ ଉଦ୍‌ଘାଟନ ହୋଇଯାଇଛି । ଏଥ‌ିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଓ ସମ୍ମାନୀୟ ଅତିଥି ଭାବେ ମୂଖ୍ୟ ସ୍ଵାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ସସ୍ମିତା ସାହୁ ମଞ୍ଚ ପରିଚାଳନା ଦାୟୀତ୍ଵ ନେଇଥିଲେ। ସମଗ୍ର ଜିଲ୍ଲାରେ ୫ ରୁ ୧୯ ବର୍ଷର ମୋଟ ୨ ଲକ୍ଷ ୪୪ ହଜାର ୩୯୧ ଜଣ ଓ ୨୦ ରୁ ୨୪ ବର୍ଷର ୨୯ ହଜାର ୧୮୧ ପ୍ରଜନନ କ୍ଷମ ମହିଳାଙ୍କୁ କୃମି ନାଶକ ଔଷଧ ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ୧ ରୁ ୫ ବର୍ଷ ଶିଶୁମାନେ ସିରପ ଓ ୬ ବର୍ଷ ଠାରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ବଟିକା ଖାଇବାକୁ ଦିଆଯାଉଛି । ଯେଉଁମାନେ କୌଣସି କାରଣରୁ ୧୦ ତାରିଖ ଦିନ ଖାଇ ପାରିନାହାନ୍ତି ସେମାନେ ୧୭ ଅଗଷ୍ଟ ମପ୍ ଅପ ଦିବସ ଦିନ ଏହି ଔଷଧ ଖାଇପାରିବେ । ଏହି କୃମି ନାଶକ ବଟିକା ଓ ସିରାପ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଇନ୍ଦିରା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ଉପସ୍ଥିତ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *