Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚଳିତ ବର୍ଷ ସ୍ୱାଧୀନତା ଦିବସରେ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

1 min read

ଭୁବନେଶ୍ବର:  ଅଗଷ୍ଟ ୧୫ ବା ସ୍ୱାଧୀନତା ଦିବସକୁ ଆଉମାତ୍ର ୪ ଦିନ ବାକି ରହିଛି । ଏହା ପୂର୍ବରୁ ସ୍ୱାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କରିବେ ପତାକା ଉତ୍ତୋଳନ,
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନ୍ଧମାଳ – ଜଗନ୍ନାଥ ସାରକା (ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ)
ପୁରୀ – ନିରଞ୍ଜନ ପୂଜାରୀ (ସଂସଦୀୟ ବ୍ୟାପାର ମନ୍ତ୍ରୀ)
କୋରାପୁଟ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷିମନ୍ତ୍ରୀ)
ଗଞ୍ଜାମ – ପ୍ରଦୀପ କୁମାର ଅମାତ (ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ଓ ସୂଚନା ପ୍ରସାରଣ ମନ୍ତ୍ରୀ)
ବରଗଡ – ପ୍ରମିଳା ମଲ୍ଲିକ (ରାଜସ୍ୱ ମନ୍ତ୍ରୀ)
ସମ୍ବଲପୁର- ଉଷା ଦେବୀ (ଗୃହ ଏବଂ ସହରୀ ବିକାଶମନ୍ତ୍ରୀ)
କେନ୍ଦୁଝର- ପ୍ରଫୁଲ୍ଲ କୁମାର ମଲ୍ଲିକ (ଇସ୍ପାତ ଏବଂ ଖଣିମନ୍ତ୍ରୀ)
ଅନୁଗୁଳ- ପ୍ରତାପ କେଶରୀ ଦେବ (ଶିଳ୍ପମନ୍ତ୍ରୀ)
ରାୟଗଡା – ଅତନୁ ସବ୍ୟସାଚୀ ନାୟକ (ଖାଦ୍ୟ ଯୋଗାଣ ମନ୍ତ୍ରୀ)
ଜଗତସିଂହପୁର – ଟୁକୁନି ସାହୁ (ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ)
ବଲାଙ୍ଗୀର – ଅଶୋକ କୁମାର ପଣ୍ଡା (ବିଜ୍ଞାନ ଏବଂ ପ୍ରଯ୍ୟୁକ୍ତି ମନ୍ତ୍ରୀ)
ସୁନ୍ଦରଗଡ – ରାଜେନ୍ଦ୍ର ଢୋଲକିଆ (ଯୋଜନା ମନ୍ତ୍ରୀ)
କଟକ- ବିକ୍ରମ କେଶରୀ ଆରୁଖ (ଅର୍ଥମନ୍ତ୍ରୀ)
ବାଲେଶ୍ୱର –ସୁଦାମ ମାରାଣ୍ଡି (ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ)
ଝାରସୁଗୁଡା –ସାରଦା ପ୍ରସାଦ ନାୟକ (ଶ୍ରମମନ୍ତ୍ରୀ)
ମୟୁରଭଞ୍ଜ – ଅଶ୍ୱନୀ କୁମାର ପାତ୍ର (ପର୍ଯ୍ୟଟନ ମନ୍ତ୍ରୀ)
କଳାହାଣ୍ଡି – ପ୍ରୀତିରଂଜନ ଘଡେଇ(ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ)
ମାଲକାନାଗିରି- ତୁଷାରକାନ୍ତି ବେହେରା (କ୍ରୀଡାମନ୍ତ୍ରୀ)
ସୋନପୁର – ରୀତା ସାହୁ (ହସ୍ତଶିଳ୍ପ ମନ୍ତ୍ରୀ)
ଢେଙ୍କାନାଳ- ବାସନ୍ତୀ ହେମ୍ବ୍ରମ୍ (ମହିଳା ଓ ମିଶନ ଶକ୍ତି ମନ୍ତ୍ରୀ)
ଏହାସହ ବାକି ଜିଲ୍ଲାଗୁଡିକରେ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *