Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଟିମ ଉଇ କେନ ତରଫରୁ ଜନସେବା…

1 min read

ମାଲକାନଗିରି(ସଖପ୍ର) :ମାଲକାନଗିରି ଜିଲ୍ଲାର ଟିମ ଉଇ କେନ ଜନସେବାରେ ଜିଲ୍ଲାରେ କ୍ରାନ୍ତି ସୃଷ୍ଟି କରିଛି |ଶୀତ ଋତୁରେ ବିଭିନ୍ନ ସ୍ଥାନରେ କମ୍ବଳ ଓ ଶ୍ୱେଟର ହେଉ କି ଗରିବ ଅସହାୟ ଛାତ୍ର ଛାତ୍ରୀଙ୍କୁ ଖାତା ଓ କଲମ ଦେବାରେ ଜିଲ୍ଲାରେ ପ୍ରଥମ ସଂଗଠନ ହୋଇଛି |ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଅସହାୟ ମାନଙ୍କୁ ସାହାଯ୍ୟକରି ଜିଲ୍ଲାରେ ସେବାର ମାନକୁ ବହୁତ ଉପରକୁ ନେଇପାରିଛି|ଏବେ ସେମାନେ ଝରାପାଲି ଗ୍ରାମ ପଂଚାୟତର ପଦମ ପୁର ଗ୍ରାମରେ ସ୍ତ୍ରୀ ଲୋକଙ୍କୁ ଶାଢ଼ୀ, ଛୋଟ ପିଲାମାନଙ୍କୁ ଡ୍ରେସ ଆଦି ବଣ୍ଟନ କରିଥିଲେ ଓ ସେଠାକାର ଲୋକଙ୍କୁ ସରକାର ତରଫରୁ ତାଙ୍କ ପାଇଁ କେଉଁ ସୁବିଧାମାନ ଦିଆଯାଇଛି ତାହା ବୁଝାଇଥିଲେ |ଏହିପରି ସେବା ମନବୃତ୍ତି ଯୋଗୁଁ ଏହି ସଂଗଠନରେ ଦିନକୁ ଦିନ ଲୋକେ ଯୋଡିବାକୁ ଲାଗିଛନ୍ତି |ସଂଗଠନର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି |

ପୂର୍ଣ୍ଣଚନ୍ଦ୍ର ତ୍ରୀପାଠି ମାଲକାନଗିରି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *