Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସମ୍ବଲପୁର ଜେସିବି ଚାଳକ ସଂଘ ବୈଠକକୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ଦେବାଶିଷ

1 min read

ରାୟଗଡା(ସଖପ୍ର) : ସମ୍ବଲପୁର ଠାରେ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଙ୍ଘର ନିମନ୍ତ୍ରଣ କ୍ରମେ, ପ୍ରଥମ ବାର୍ଷିକ ଉତ୍ସବ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ରାୟଗଡ଼ ବିଜେଡି ଜିଲ୍ଲା ଯୁବ ସଭାପତି ଦେବାଶିଷ ଖାଡ଼ଙ୍ଗା ଯୋଗଦେଇଥିଲର । ପଶ୍ଚିମ ଓଡ଼ିଶାର ଦୁଇ ତୁଙ୍ଗ ନେତୃବୃନ୍ଦ ପୂର୍ବତନ ମନ୍ତ୍ରୀ,ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଶ୍ରୀ ସୁଶାନ୍ତ ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି, ଦେଓଗଡ଼ ଏନ.ଏ.ସି ତଥା ଯୁବ ବିଜେଡି ସଭାପତି ଓ ଯୁବ ରାଜ୍ୟ ସାଧାରଣ ସମ୍ପାଦକ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ସହ ରାୟଗଡ଼ ଯୁବ ସଭାପତିଙ୍କୁ ସମ୍ମାନିତ କରାଯାଇଥିଲା ଓ ସେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ଜେସିବି ଚାଳକ ସଙ୍ଘର ଉପଦେଷ୍ଟା ତଥା ସମ୍ବଲପୁର ଯୁବ ବିଜେଡି ସଭାପତି ଶ୍ରୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ। ଏହି ଅବସରରେ ରକ୍ତଦାନ ଶିବିରର ଆୟୋଜନ ସହ ସଙ୍ଘର ସଭାପତି ନିଜର ଅବିଭାଷଣ ରଖିବା ସହ ଅନ୍ୟାନ୍ୟ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ। ପଶ୍ଚିମ ଓଡ଼ିଶାର ଦୁଇ ସୁନାମଧନ୍ୟ କଳାକାର ଉମାକାନ୍ତ ବାରିକ ଓ ଅର୍ଚନା ପାଢ଼ୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବୋଲି ରାୟଗଡା ଯୁବ ବିଜୁ ଜନତା ଦଳ ସଭାପତି ଶ୍ରୀ ଦେବାଶିଷ ଖାଡ଼ଙ୍ଗା କହିଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *