Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁ ଜି ଅନ୍ତିମ ବର୍ଷ ଫଳା ଫଳ ଘୋଷିତ

1 min read

ରାୟଗଡା(ସଖପ୍ର) : ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର କଳା, ବାଣିଜ୍ୟ ଓ ବିଜ୍ଞାନ ର ୟୁ ଜି ଅନ୍ତିମ ବର୍ଷ ର ଫଳା ଫଳ ଗତ କାଲି 30/06/2023 ରେ ଘୋଷଣା ହୋଇଯାଇଛି । ଏହି ବର୍ଷ ସର୍ବମୋଟ 700 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ 555 ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ପାସ ହର 79.1 ବୋଲି କଲେଜ ପ୍ରିନସିପାଲ ଡକ୍ଟର ବବିଲତା ସାର୍ଫ କହିଛନ୍ତି । ଏହି ଫଳା ଫଳ ଘୋଷିତ ସମୟରେ ପରୀକ୍ଷା ନିୟନ୍ତ୍ରକ ଡ଼କ୍ଟର ଭଗବାନ ବିଶ୍ୱାଳ, ପ୍ରଦୀପ ସାମନ୍ତରାୟ, ଜିତୁ ହିକକା, ମନୋଜ କୁମାର ପଟ୍ଟନାୟକ, ଶିବ ପ୍ରସାଦ, ପ୍ରଶାନ୍ତ ବିଷୋୟୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ପାସ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ କଲେଜ ପ୍ରିନସିପାଲ ଓ ସମସ୍ତ କର୍ମଚାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *