Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା…

1 min read

ମାଲକାନଗିରି(ସଖପ୍ର):ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଜୁନ୍ ମାସ ବ୍ୟାପୀ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରଭାଗୀୟ ଶ୍ରମ କାର୍ଯ୍ୟାଳୟରେ ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ଉଦଘାଟିତ ହୋଇଯାଇଛି।ଏହି ଶୋଭାଯାତ୍ରା ପ୍ରଭାଗୀୟ ଶ୍ରମ କାର୍ଯ୍ୟାଳୟରୁ ବାହାରି ସୁବାଷ ବୋଷ ଓ ବାଲିମେଳା ଛକ ଦେଇ ଉପ ଜିଲ୍ଲପାଳଙ୍କ ବାସସ୍ଥାନ ପର୍ଯ୍ୟନ୍ତ ହୋଇଥିଲା। ଏହି ପଦଯାତ୍ରାରେ ଶିଶୁ ଶ୍ରମ ଆଇନ ସମ୍ପର୍କିତ ଦଣ୍ଡବିଧାନ ସହ ଶିଶୁ ଶ୍ରମିକ ମାନଙ୍କର ଉଦ୍ଧାର ଓ ଥଇଥାନ ସମ୍ପର୍କରେ ସଚେତନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାକୁ ଏକ ଶିଶୁଶ୍ରମ ମୁକ୍ତ ରାଜ୍ୟ କରିବା ନିମନ୍ତେ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହା ଅନ୍ତର୍ଗତ ଶିଶୁ ଓ କିଶୋର ଶ୍ରମ ( ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬କୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଶିଶୁ ଶ୍ରମ ନିରାକରଣର ରାଲି ଓ କର୍ମଶାଳା ଆୟୋଜନ କରାଯାଉଛି।ଏହି ଶୋଭାଯାତ୍ରାରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ମା ଗୃହର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ଆଜିର ଏହି ଶୋଭାଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅନୁରାଧା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ନାରାୟଣ ଦାସ, ସହକାରୀ ଶ୍ରମ ଅଧିକାରୀ, ବିଶ୍ବରଂଜନ କହଁର ଏବଂ ମା ଘର ଅଧ୍ୟକ୍ଷା ଉପସ୍ଥିତ ଥିଲେ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *