Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶିକ୍ଷା ବିଭାଗର ଅଜବ ନୀତି, ଶିକ୍ଷକତା କରିବେ ଅନ୍ୟ ଜ଼ିଲ୍ଲାରେ, ଦରମା ପାଇବେ ରାୟଗଡା ଜ଼ିଲ୍ଲାରୁ

1 min read

ରାୟଗଡା(ସଖପ୍ର) : ଜ଼ିଲ୍ଲା ପରିଷଦ ରାୟଗଡାର 76 ତମ ବୈଠକ ତାରିଖ 16/02/2023 ଅନୁଯାଇ ଜ଼ିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା ରାୟଗଡା ଜ଼ିଲ୍ଲାର ବିଦ୍ୟାଳୟ ମାନଙ୍କର ସଂଖ୍ୟା ଓ ଶିକ୍ଷକ ସଂଖ୍ୟା ନିମ୍ନଲିଖିତ ହୋଇଛି। ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ସଂଖ୍ୟା 158, ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ସଂଖ୍ୟା 1218, କାର୍ଯ୍ୟରତ ଶିକ୍ଷକ ସଂଖ୍ୟା 906 ଓ ଖାଲିପଡ଼ିଥିବା ପଦବୀ ସଂଖ୍ୟା 312 । ଠିକ ସେହିପରି ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଯାଇ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 1143 ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 502 । ବିଭିନ୍ନ ପ୍ରକାରର ଶିକ୍ଷକଙ୍କ ମଞ୍ଜୁରୀ ପ୍ରାପ୍ତ ଶିକ୍ଷକ ସଂଖ୍ୟା 7157, କାର୍ଯ୍ୟରତ ଶିକ୍ଷକ ସଂଖ୍ୟା 6286 ଓ ଖାଲିପଡ଼ିଥିବା ଶିକ୍ଷକ ସଂଖ୍ୟା 1153 । ଠିକ ସେହିପରି ଜ଼ିଲ୍ଲାର 132 ଗୋଟି ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ ପରିସଖ୍ୟାନ ଓ ମଜୁରୀପ୍ରାପ୍ତ ଓ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ସଂଖ୍ୟା ଏହିପ୍ରକାରେ । ମଞ୍ଜୁରୀ ପ୍ରାପ୍ତ ସଂଖ୍ୟା 1001କାର୍ଯ୍ୟରତ ଶିକ୍ଷକ 706 ଓ ଖାଲିପଡ଼ିଥିବା ଶିକ୍ଷକ ପଦବୀ ସଂଖ୍ୟା 295 । ଆଶ୍ଚର୍ଯ୍ୟର କଥା ରାୟଗଡା ଜ଼ିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜ଼ିଲ୍ଲା । ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କେତେକ ଶିକ୍ଷକ ରାୟଗଡା ଜ଼ିଲ୍ଲାରୁ ଦରମା ନେଇ ଅନ୍ୟ ଜ଼ିଲ୍ଲାରେ କିପରି କାମ କରୁଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା 9452/ଏସ ଏମ ଇ ତା 04/05/2022 ରିଖ ଅନୁଯାଇ ସରସ୍ବତୀ ନାଥ ଆସିଷ୍ଟାଣ୍ଟ ଶିକ୍ଷକ ଗୁଲୁମିଝୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଶୀପୁର ବ୍ଲକରୁ କେନ୍ଦ୍ରାପଡ଼ା ଜ଼ିଲ୍ଲାକୁ 2ବର୍ଷ ପାଇଁ ବଦଳି ହୋଇଛି । ଠିକ ସେହିପରି ଡାଇରେକ୍ଟର ଏଲିମେଣ୍ଟ୍ରି ଏଜୁକେଶନଙ୍କ ପତ୍ର ସଂଖ୍ୟା 10ଏ -12-vii–2016(ପି ଟି )8892 ତାରିଖ 03/05/2022 ଅନୁଯାଇ ସୁଜାତା ପଟ୍ଟନାୟକ ଆସିଷ୍ଟାଣ୍ଟ ଶିକ୍ଷକ ମାଠିଆ ସାହି ପ୍ରାଥମିକ ସ୍କୁଲ ଗୁଣୁପୁରରୁ ବ୍ରଜନଗର ପ୍ରାଥମିକ ସ୍କୁଲ ୱାର୍ଡ ନ 16 ବ୍ରହ୍ମପୁରକୁ ନିଆଯାଇଛି । ଡାଇରେକ୍ଟର ଏଲିମେଣ୍ଟ୍ରି ଏଜୁକେସନଙ୍କ ପତ୍ର ସଂଖ୍ୟା 10-ଏ -13-2019-vii (pt) 3224 ତାରିଖ 08/07/2022 ଅନୁଯାଇ ଲିଜ଼ା ସାହୁ ଆସିଷ୍ଟାଣ୍ଟ ଶିକ୍ଷକ ଧାରାଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ ରାମନାଗୁଡ଼ାରୁ ଖଣ୍ଡାଦେଉଳି ୟୁପି ସ୍କୁଲ ସାନଖେମୁଣ୍ଡି ଗଞ୍ଜାମ ଜ଼ିଲ୍ଲାକୁ 3 ବର୍ଷ ପାଇଁ ବଦଳି ହୋଇଛି । ଠିକ ସେହିପରି ଡାଇରେକ୍ଟର ଅଫ ଏଲିମେଣ୍ଟ୍ରି ଏଜୁକେଶନ ପତ୍ର ସଂଖ୍ୟା 10a-05-2021-vii 15629 ତାରିଖ 26/08/2022 ଅନୁଯାଇ ରାୟଗଡା ବ୍ଲକର ହାଲୁଆ ଅପଗ୍ରେଡ଼ ହାଇ ସ୍କୁଲର ଅତିରିକ୍ତ ଶିକ୍ଷକ ଶୁଚିସ୍ମିତା ପଣ୍ଡାଙ୍କୁ ଭୁବନେଶ୍ୱର ବ୍ଲକକୁ 3 ବର୍ଷ ପାଇଁ ବଦଳି ହୋଇଛି । ଓଡିଶା ସରକାରଙ୍କ ଡାଇରେକ୍ଟର ଅଫ ଏଲିମେଣ୍ଟ୍ରି ଏଜୁକେଶନଙ୍କ ଅନ୍ୟ ଏକ ଚିଠି ନ 10a-13-vii-2019(pt ) ଅନୁଯାଇ କାଶୀପୁର ବ୍ଲକର ତୋୟାପୁଟ ପ୍ରାଥମିକ ବିଦ୍ୟାଳୟର ଚନ୍ଦ୍ରକାନ୍ତି ସାମଲ ଅତିରିକ୍ତ ଶିକ୍ଷକଙ୍କୁ ଅରେହିଁକଣା ପ୍ରାଥମିକ ସ୍କୁଲ ଆଉଳ କେନ୍ଦ୍ରାପଡ଼ା ଓ ମୁନିଗୁଡା ବ୍ଲକର ଖଲିଆଗୁଡା ପି ୟୁ ପି ସ୍କୁଲର ସୁଶାନ୍ତ କୁମାର ବାରିକ ଅତିରିକ୍ତ ଶିକ୍ଷକଙ୍କୁ ରେଞ୍ଜ ଶାସନ ୟୁ ପି ସ୍କୁଲ ନିମାପଡା ପୁରୀକୁ ବଦଳି ହୋଇଛି । ଏହି ଜ଼ିଲ୍ଲାରେ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଶିକ୍ଷକ ମାନଙ୍କୁ କିପରି ଅନ୍ୟ ଜ଼ିଲ୍ଲାକୁ ବଦଳି ହେଊଛି ତ କାହାକୁ ତିନି ବର୍ଷ ପାଇଁ ବଦଳି କରୁଛନ୍ତି ଦରମା ନେଉଛନ୍ତି ରାୟଗଡା ଜ଼ିଲ୍ଲାରୁ, କାମ କରୁଛନ୍ତି ଅନ୍ୟ ଜ଼ିଲ୍ଲାରେ ବୋଲି ଏହା କିପରି ଶିକ୍ଷା ବିଭାଗର ନୀତି ବୋଲି ଜନସାଧାରଣ ଆଲୋଚନା କରୁଥିବାର ଜଣାପଡିଛି । ଏହି ପରି ହେଲେ ଏହି ରାୟଗଡା ଜ଼ିଲ୍ଲାରେ ଶିକ୍ଷାର କିପରି ଉନ୍ନତି ହେବ ତାହା ବହୁତ ଆଶ୍ଚର୍ଯ୍ୟର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *