Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୪୦ ଘଣ୍ଟା / ୫ ଦିନିଆ ମଧ୍ୟସ୍ଥତା ତାଲିମ କର୍ମଶାଳାର ଉଦଘାଟନ

1 min read

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର) : ଆଜି, 28 ଜୁନ୍, 2023 ଓଡିଶା ଉଚ୍ଚ ନ୍ୟାୟଳୟ ନ୍ୟାୟ ମୂର୍ତ୍ତି ମାନ୍ୟବର ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ତଥା କୋରାପୁଟ ଜଜସିପ ପ୍ରଶାସନିକ ବିଚାରପତି, ମାନ୍ୟବର ଜଷ୍ଟିସ୍ ମିସ୍ ସାବିତ୍ରୀ ରଥ ଏବଂ ମାନ୍ୟବର ଶ୍ରୀ ଜଷ୍ଟିସ୍ ମୃଗାଙ୍କ ସେଖର ସାହୁ, ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ସଦସ୍ୟ ମଧ୍ୟସ୍ଥତା ମନିଟରିଂ କମିଟିର ଉପସ୍ଥିତିରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲ୍ଲାର ମନୋନୀତ ଆଇନଜୀବୀଙ୍କ ସକାଶେ 40 ଘଣ୍ଟିଆ ମଧ୍ୟସ୍ଥତା କର୍ମଶାଳାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜଜ୍-ତଥା-ଅଧକ୍ଷ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଶ୍ରୀ ସତ୍ୟ ନାରାୟଣ ମିଶ୍ର, ବିଚାରପତି ତଥା ପ୍ରଶିକ୍ଷକ ମଧ୍ୟସ୍ଥତା ଏବଂ ସମନ୍ୱୟ ପ୍ରକଳ୍ପ କମିଟି, ମଧ୍ୟପ୍ରଦେଶ ଶ୍ରୀମତୀ ଗିରିବାଲା ସିଂ, ବିଚାରପତି ତଥା ମଧ୍ୟସ୍ଥତା ଏବଂ ସମନ୍ୱୟ ପ୍ରକଳ୍ପ କମିଟି,ମହାରାଷ୍ଟ୍ର ଶ୍ରୀ ଏମ.କେ. ଜାଦବ , ଓଡ଼ିଶା ହାଇକୋର୍ଟ ଆର୍ବିଟ୍ରେସନ୍ ଏବଂ ମଧ୍ୟସ୍ଥତା କେନ୍ଦ୍ର ସଂଯୋଜକ ଶ୍ରୀ ସୌମ୍ୟକ ପାତ୍ର, ସଭାପତି ଜିଲ୍ଲା ବାର୍ ଆସୋସିଏସନ୍, ଜୟପୁର ଶ୍ରୀ ବିରେଶ କୁମାର ପଟ୍ଟନାୟକ, ଜୟପୁର ବିଚାର ବିଭାଗୀୟ ସମସ୍ତ ନ୍ୟାୟିକ ଅଧିକାରୀ, ଶ୍ରୀ ସୁମନ ଜେନା, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର, ଶ୍ରୀ ଶ୍ରୁଜନ ସରସ୍ୱତ, ସହକାରୀ ସଚିବ,ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ତଥା ଜୟପୁର ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ଓକିଲ ସଂଘର ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଜଜ୍-ତଥା-ଅଧକ୍ଷ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର କୋରାପୁଟ-ଜୟପୁର ଶ୍ରୀ ସତ୍ୟ ନାରାୟଣ ମିଶ୍ରଙ୍କ ଏହି 40 ଘଣ୍ଟା ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଦେଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ମାନ୍ୟବର ଡକ୍ଟର ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ, ଆର୍ବିଟ୍ରେସନ୍ ଏବଂ ବିକଳ୍ପ ବିବାଦର ସମାଧାନ ପ୍ରକ୍ରିୟା ବିଷୟରେ ପକ୍ଷଙ୍କୁ ଅବଗତ କରାଇବା ସହ ଆଇନଜୀବୀଙ୍କ ଭୂମିକା ଏବଂ ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ ଏବଂ ବର୍ତମାନ ବିକଳ୍ପ ବିବାଦ ସମାଧାନ ସମ୍ପର୍କରେ ଜନସାଧାରଣଙ୍କ ମନୋଭାବକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି ବୋଲି ଗୁରୁତ୍ଵରୋପ କରିଥିଲେ। ନ୍ୟାୟ ପ୍ରଦାନରେ ଗଠନମୂଳକ ସମାଧାନର ଉପାୟ ବିକଳ୍ପ ବିବାଦ ମଧ୍ୟମରେ ହୋଇପାରିବ ବୋଲି କହିଥିଲେ।


ମାନ୍ୟବର ଜଷ୍ଟିସ୍ ମିସ୍ ସାବିତ୍ରୀ ରଥ, ନିଜ ଉଦ୍ବୋଧନ ରେ କହିଥିଲେ ଯେ ମଧ୍ୟସ୍ଥତା ବିବାଦର ସମାଧାନ ପଦ୍ଧତିର ଏକ ଉତ୍ତମ ରୂପ ଭାବରେ ଅଭ୍ୟାସ କରାଯିବା ଉଚିତ କାରଣ ଏହା ସରଳ,ବ୍ୟୟ ସାପେକ୍ଷ ପ୍ରକ୍ରିୟା ଅଟେ। ମଧ୍ୟସ୍ଥତା ହେଉଛି ଉଭୟ ପକ୍ଷର ବିଜୟ ପ୍ରକ୍ରିୟା ଯେଉଁଠାରେ ପକ୍ଷମାନେ, କୋର୍ଟ ମକଦ୍ଦମା ପରି କୌଣସି ପ୍ରତିକୂଳ ପ୍ରଭାବ ପାଇବେ ନାହିଁ | ଥରେ ତାଲିମ ପ୍ରାପ୍ତ ହୋଇସାରିଲେ ମଧ୍ୟସ୍ଥି ଯେ କୌଣସି ମକଦ୍ଦମାର ଘଟଣାକୁ ଏକ ଉତ୍ତମ ଉପାୟରେ ମୁକାବିଲା କରିପାରିବେ।
ମାନ୍ୟବର ଶ୍ରୀ ଜଷ୍ଟିସ୍ ମୃଗାଙ୍କ ସେଖର ସାହୁ ଆଲୋକପାତ କରିଥିଲେ ଯେ ତୃତୀୟ ପକ୍ଷ ମାଧ୍ୟମରେ ବିବାଦିଙ୍କ ମଧ୍ୟରେ ସମାଧାନ ପାଇଁ ମଧ୍ୟସ୍ଥତା ହେଉଛି ଏକ ଉତ୍ତମ କୌଶଳ ଏଥିରେ ପକ୍ଷ ନିଜେ ହିଁ ନିଜ ବିବାଦର ସମାଧାନ ଓ ତାର ବିକଳ୍ପ ପନ୍ଥା ବିଚାର କରିପାରିବେ ଏବଂ ଜଣେ ପ୍ରଶିକ୍ଷିତ ମଧ୍ୟସ୍ଥି ଏ କ୍ଷେତ୍ରରେ ବହୁ ମାତ୍ରାରେ ସହାୟକ ହୋଇପାରିବେ।
ସଭାପତି, ଜିଲ୍ଲା ବାର୍ ଆସୋସିଏସନ୍, ଜୟପୋର ଶ୍ରୀ ବିରେଶ ପଟ୍ଟନାୟକ ନିଜ ଉଦବୋଧନ ରେ କହିଥିଲେ ଯେ ମଧ୍ୟସ୍ଥତା ହେଉଛି ଦଳ ମଧ୍ୟରେ ଭୁଲ ବୁଝାମଣାକୁ ଦୂର କରିବା, ଏବଂ ପକ୍ଷର ସ୍ୱାର୍ଥ ରକ୍ଷା କରିବା ମଧ୍ୟସ୍ଥିତାର ମୂଳ ଲକ୍ଷ । ଜିଲ୍ଲା ଆଇନ ସେବା ପ୍ରାଧିକରଣ,କୋରାପୁଟ-ଜଯପୁର ସଚିବ ଶ୍ରୀ ସୁମନ ଜେନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଡକ୍ଟର ପବିତ୍ର ମୋହନ ସାମଲ, ଜଜ୍, ପରିବାର ଅଦାଲତ ଜୟପୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିର ୨୮ ଜୁନ ରୁ ଆରମ୍ଭ ହୋଇ ଜୁଲାଇ ୨ ତାରିଖ ରେ ସମାପନ ହେବାର ଅଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *