Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁନିଗୁଡା ତହସିଲରେ ରେକର୍ଡ କିପରଙ୍କ ରାଜୁତି…

1 min read

ରାୟଗଡା (ସଖପ୍ର): ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୭୦ଟି ଜିଲ୍ଲାକୁ ରାଜସ୍ବ ବିଭାଗରେ ଜମି ଦଲିଲ୍ ଡିଜିଟାଲ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ଭୂମି ସମ୍ମାନରେ ସମ୍ମାନିତ ହେଲେ ଜିଲ୍ଲାପାଳ ଓ କେତେକ ତହସିଲଦାର। ଆଉ ଦେଶର ୭୦ଜିଲ୍ଲା ମଧ୍ୟରୁ ପଛୁଆ ଜିଲ୍ଲା ଭାବେ ପରିଚିତ ରାୟଗଡା ଜିଲ୍ଲା ପ୍ରଶାସନକୁ ଭୂମି ସମ୍ମାନରେ ସମ୍ନାନିତ କରାଗଲା। ଆଉ ସେଥିରେ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂ ଓ ମୁନିଗୁଡା ତହସିଲଦାର ଅନାମିକା ପାଣ୍ଡେ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁନିଗୁଡା ତହସିଲ ସମ୍ନାନିତ ହେଲେ, ଆଉ ସାରା ଜିଲ୍ଲାରେ ଏପରି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି ତହସିଲଦାର ଅନାମିକା ପାଣ୍ଡେ…. କେନ୍ଦ୍ର ସରକାର କାଗଜପତ୍ରକୁ ଦେଖି ସମ୍ମାନିତ କଲେ ସତ ହେଲେ ମୁନୁଗୁଡ଼ା ତହସିଲରେ ବାସ୍ତବ ସ୍ଥିତି କିନ୍ତୁ ଓଲଟା, ପ୍ରାପ୍ତ ସୂଚନା ଅନୁଯାୟୀ ତହସିଲର ସରକାରୀ ଓ ବେସରକାରୀ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ତହସିଲ ଅଫିସର କର୍ମଚାରୀ ଜମିମାଫିଆଙ୍କ ସହ ବନ୍ଧୁତା ସ୍ଥାପନ କରି ପ୍ରଦାନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ମୁନିଗୁଡା ତହସିଲର ଜଣେ ରେକର୍ଡ କିପର ନିଜର ହିତାହିତ ଜ୍ଞାନକୁ ହରାଇ ତହସିଲରେ ଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ଗୋପନୀୟ ତଥ୍ୟକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ନିକଟରେ ପହଞ୍ଚାଉଛନ୍ତି। ମୁନିଗୁଡା ତହସିଲ ଅନ୍ତର୍ଗତ ବହୁ ସରକାରୀ ଜମିର ସୂଚନା ଓ ତଥ୍ୟ ପ୍ରଦାନ କରି ନିଜେ ଅର୍ଥ ସଂଗ୍ରହ କରିବା ସହ ଜମି ମାଫିଆଙ୍କ ଗୁରୁ ସାଜିଛନ୍ତି । ହେଲେ ସାଧାରଣରେ ଚର୍ଚ୍ଚା ମୁନିଗୁଡା ତହସିଲକୁ ସାରା ଦେଶରେ ପରିଚିତ କରିଥିବା ମାଡାମ ଅନାମିକା ଏବିଷୟ ଜାଣିଛନ୍ତି କି ? ସେପଟେ ରେକର୍ଡ କିପର ଜଣକ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ସାଧାରଣ ଜନତାଙ୍କୁ ଆଉ ଖାତିର କରୁନାହାନ୍ତି ଏପରିକି ଜମି ମାଫିଆଙ୍କ ସରକାରୀ ଦଲାଲ ସାଜି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏପରିକି ଗତ କିଛିଦିନ ତଳେ ଇନିସ୍ପେକସନ୍ ପାଇଁ ଜିଲ୍ଲା ସଦର ମହକୁମାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆସିଥିଲେ, ତହସିଲ କାର୍ଯ୍ୟାଳୟର ହିଟଲରୀ ବାବୁମାନଙ୍କ ତୃଟିଯୁକ୍ତ ବ୍ୟବହାର ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୂଜିଥିଲା। ଯାହା ସାଧାରଣ ଜନତାଙ୍କ ମନରେ ତହସିଲ କାର୍ଯ୍ୟାଳୟର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ରେକର୍ଡ କିପର ସରକାରୀ କାର୍ଯ୍ୟାଳୟର ତଥ୍ୟ କାହାର ପ୍ରରୋଚନାରେ ଜମିମାଫିଆଙ୍କୁ ପ୍ରଦାନ କରୁଛନ୍ତି ତାହାର ବିଧିବଦ୍ଧ ତଦନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *