Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଆୟୋଜିତ

1 min read

ପୁରୁଷୋତ୍ତମପୁର ୦୧/୦୮ (ସଖପ୍ର): ସ୍ଥାନୀୟ ତାରାତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ କରି ଲେଖାଇଥିବା +2 ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି, ଦୁଇଟି ପୃଥକ ପୃଥକ ସମୟରେ +2 କଳା ଓ +2 ବିଜ୍ଞାନର ନବାଗତ ଛାତ୍ର ଛାତ୍ରୀଙ୍କୁ ଫୁଲ, ଚନ୍ଦନ ଲେପନ ସାଙ୍ଗକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ +2 ବରିଷ୍ଟ ଛାତ୍ର ଛାତ୍ରୀ ମାନଙ୍କ ସାଙ୍ଗକୁ ଅଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ଅଂଶ ଗ୍ରହଣ ପୂର୍ବକ ନବାଗତଙ୍କୁ ସ୍ୱାଗତ କରିଥିଲେ, ପରେ ପ୍ରକୋଷ୍ଠ ନମ୍ବର- 16 ରେ ନବାଗତଙ୍କ ପାଇଁ ଏକ ପ୍ରବେଶ ଉତ୍ସବ (INDUCTION PROGRAMME)ର ଆୟୋଜନ କରାଯାଇ ବିଦ୍ୟାଳୟର ସମସ୍ତ ନୀତି ନିୟମ ଓ ଶୃଙ୍ଖଳା ସମ୍ପର୍କରେ ଅବଗତ କରାଯାଇଥିଲା, ଅଧ୍ୟକ୍ଷ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକ ସଭାରେ ଅଧ୍ୟକ୍ଷତା କରିବା ସାଙ୍ଗକୁ ଛାତ୍ର ଛାତ୍ରୀ ମାନଙ୍କ ବହୁ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଅଧ୍ୟାପକ ଡ଼. ଅଜିତ କୁମାର ମିଶ୍ର ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ଡ଼କ୍ଟର ପ୍ରବୀର କେଶରୀ ପ୍ରଧାନ ବିଦ୍ୟାଳୟର ପରୀକ୍ଷା ପଦ୍ଧତି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଅଧ୍ୟାପକ ଡ଼. ପ୍ରଦୀପ କୁମାର ସାହୁ, ଅଧ୍ୟାପକ ଶ୍ରୀ ଗୌରାଙ୍ଗ ଚରଣ ପଟ୍ଟନାୟକ, ଅଧ୍ୟାପକ ଏନ ମୋହନ, ଅଧ୍ୟାପିକା ମୋନାଲିସା ମିଶ୍ର ବିଦ୍ୟାଳୟର ବହୁବିଧ କାର୍ଯ୍ୟକ୍ରମ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ନମ୍ରତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଗଞ୍ଜାମ ପ୍ରତିନିଧି ଅରୁଣ କୁମାର ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *