Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲଗାଣ ବର୍ଷାଯୋଗୁଁ ମାଲକାନଗିରି ପୌରାଞ୍ଚଳ ବସ୍ତିବାସିନ୍ଦା ହନ୍ତସନ୍ତ

1 min read

ମାଲକାନଗିରି :ମାଲକାନଗିରି ଜ଼ିଲ୍ଲା ରେ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ମାଲକାନଗିରି ପୌରାଞ୍ଚଳ ର ବିଭିନ୍ନ ୱାର୍ଡ଼ର ବିଭିନ୍ନ ବସ୍ତିରେ ଘର ଭାଙ୍ଗି ପାଣି ଗଳୁଥିବା ବେଳେ ଆଜି ମାଲକାନଗିରି ପୌର ପରିଷଦ ଉପାଧ୍ୟକ୍ଷା ତଥା ବିଜୁ ମହିଳା ଜନତା ଦଳ ନଗର ସଭାନେତ୍ରୀ ଶ୍ରୀମତୀ କବିତା ମହନ୍ତ ୱାର୍ଡ଼ ନଂ ୮ ର ମା’ତାରିଣୀ ମନ୍ଦିର ନିକଟସ୍ଥ ତାରିଣୀ ସାହିକୁ ଗସ୍ତ କରି ସେଠାରେ ଜୀବନ ଯାପନ କରୁଥିବା ୫୦ ରୁ ଉର୍ଧ୍ଵ ପରିବାର ଲୋକଙ୍କ ସମସ୍ୟା ଗୁଡ଼ିକ ଶୁଣି ବୁଝିଥିଲେ ଓ ମାଲକାନଗିରି ନଗର ରାଜସ୍ୱ ନିରୀକ୍ଷକ ଶ୍ରୀ ଶ୍ରୀନିବାସ ପଟ୍ଟନାୟକଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରି ବର୍ଷା ଯୋଗୁ ପାଣି ଗଳୁଥିବା ସମସ୍ତ ପରିବାର ବର୍ଗଙ୍କୁ ପଲିଥିନ ଯୋଗାଇବାକୁ ନିର୍ଦେଶ ଦେଇଥିଲେ | ଏହି ଅବସରରେ ମାଲକାନଗିରି ଜ଼ିଲ୍ଲା ମା ଘର ସୁରକ୍ଷା ସେନା ସଭାନେତ୍ରୀ ତଥା ପୁର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ପ୍ରଶାନ୍ତି ଲତା ବିଶୋଇ,ଦୁଲାଳି ଥଣ୍ଡର,କେ.ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *