Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବରିଷ୍ଠ କିରାଣୀଙ୍କୁ ମାଡ ମାରିବା ଘଟଣାରେ ବଦଳି ହେଲେ ସିଡିପିଓ

1 min read

ନବରଙ୍ଗପୁର: ବରିଷ୍ଠ କିରାଣୀଙ୍କୁ ସିଡିପିଓ ମାଡ଼ ମାରିବା ଘଟଣା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ କୋରାପୁଟ ଜିଲ୍ଲା ବନ୍ଧୁଗାଁକୁ ବଦଳି କରାଯାଇଛି । ଡାବୁଗାଁ ଆଇସିଡିଏସ ବିଭାଗର ବରିଷ୍ଠ କିରାଣୀ ସନ୍ତୋଷିନୀ ମିଶ୍ରଙ୍କୁ ମାଡ଼ ମାରିବା ସହ ତାଙ୍କୁ ବସିଥିବା ଚୌକିରୁ ଠେଲି ଦେଇଥିଲେ ସିଡିପିଓ ଗୀତାଞ୍ଜଳି । ଫଳରେ ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ଆଘାତ ଲାଗିଥିଲା । ଗତ ଜୁଲାଇ 1 ତାରିଖ ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା । ଦରମା ନକରିବା ଘଟଣାକୁ ନେଇ ସିଡିପିଓ ଗୀତାଞ୍ଜଳି ମହାରଣା ଏବଂ ବରିଷ୍ଠ କିରାଣୀ ସନ୍ତୋଷିନୀ ମିଶ୍ରଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ସହ ଯୁକ୍ତିତର୍କ ହୋଇଥିଲା । ଏହାପରେ ସିଡିପିଓ ମହାଶୟା ଉତକ୍ଷିପ୍ତ ହୋଇ ବରିଷ୍ଠ ମହିଳା କିରାଣୀଙ୍କ ପାଖକୁ ଯାଇ ତାଙ୍କୁ ବସିଥିବା ଚେୟାର ସହ ଧକ୍କା ଦେଇଥିଲେ । ଫଳରେ ବରିଷ୍ଠ କିରାଣୀ ଜଣକ ଚେୟାରରୁ ତଳେ ଗଡିଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଡିଏସଡବ୍ଲ୍ୟୁଓ ଓ ପ୍ରୋଟେକ୍ସନ ଅଫିସର ସସ୍ମିତା ମହାନ୍ତି ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହି ରିପୋର୍ଟକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭୁବନେଶ୍ୱରଙ୍କୁ ପଠାଇଥିଲେ, ଏହି ତଦନ୍ତ ରିପୋର୍ଟକୁ ଆଧାର କରି ଆଜି ବିଭାଗ ପକ୍ଷରୁ ଚିଠି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପଟେ ଦରମା ବିଲ କରିବାକୁ ନେଇ କିରାଣୀ ପାଟିତୁଣ୍ଡ କରୁଥିବାରୁ ତାଙ୍କୁ ଚୁପ୍ କରିବାକୁ ଯାଇ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସିଡିପିଓ କହିଥିଲେ । ସେ ମାଡ଼ ମାରି ନାହାନ୍ତି, ବରଂ ମିଟିଂ ଚାଲିଥିବା ବେଳେ ଅଯଥା ପାଟିତୁଣ୍ଡ କରୁଥିଲେ ବୋଲି ଅଫିସରୁ ବହାରି ଯିବାକୁ କହି ଚେୟାର ଟାଣି ଦେଇଥିବା ସଫେଇ ଦେଇଥିଲେ । ଏହି ଘଟଣାପରେ ସିଡିପିଓଙ୍କୁ ବଦଳି କରାଯାଉ ବୋଲି ଦାବି କରିଥିଲେ କିରାଣୀ । ଜିଲ୍ଲାପାଳ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାର 5 ଦିନ ପରେ ସିଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କୁ କୋରାପୁଟ ଜିଲ୍ଲା ବନ୍ଧୁଗାଁକୁ ବଦଳି କରାଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *