Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟରେ ବଢିଚାଲିଛି ପର୍ସେଣ୍ଟେଜ କାରବାର, ସ୍ଲୋଗାନରେ ସୀମିତ ସରକାରଙ୍କ ଦୁର୍ନୀତି ବିରୋଧୀ ଲଢେଇ

1 min read

ଭୁବନେଶ୍ୱର : ନେତା ମନ୍ତ୍ରୀ, କି ଅଫିସରଙ୍କୁ ହାତଗୁଞ୍ଜା ନ ଦେଲେ ହେଉନି କାମ । ରାଜ୍ୟରେ ବଢିଚାଲିଛି ପର୍ସେଣ୍ଟେଜ କାରବାର । କାମ ଦେଉନି ଷ୍ଟପ ପିସିର ନାରା । ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଘରୁ ଜବତ ହେଉଛି ପୁଳା ପୁଳା ଟଙ୍କା । ଅଫିସରଙ୍କ ଅମାପ ସମ୍ପତ୍ତି ଦେଖି ଆଖି ବି ଲାଖି ଯାଉଛି । ଆଉ ଏହି ପରି କିଛି କିରାଣୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଦୁର୍ନୀତି ବିରୋଧୀ ଲଢେଇର ବାହା ବାହା ନେବାରେ ବ୍ୟସ୍ଥ ସରକାର । ଶୁକ୍ରବାର ବି ସମାନ ଢଙ୍ଗରେ ଦୁର୍ନୀତି ମାମଲାରେ ରାଜ୍ୟ ସରକାର ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୩ ଜଣଙ୍କୁ ଚାକିରୀରୁ ବରଖାସ୍ତ ଓ ୬ ଜଣଙ୍କ ପେନସନ୍ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ଯାହାକୁ ସରକାରଙ୍କ ସଫଳତା କହି ଡିଙ୍ଗୁରା ପିଟୁଛି ଶାସକ ଦଳ । 

ସେପଟେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ କହୁଛି, ୨୦୦୦ ହଜାରରୁ ୨୦୨୨ ଭିତରେ ରାଜ୍ୟର ମୋଟ ୪୫ ଜଣ ଆଇଏଏସ ଅଫିସରଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ । ଏନେଇ ଭିଜିଲାନ୍ସଠାରୁ ଅଭିଯୋଗ ପାଇଛି ସାଧାରଣ ପ୍ରଶାସନ ବିଭାଗ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମଧ୍ୟରୁ ୨୮ ଜଣ ଆଇଏଏସ ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗର ଅନୁମତି ମିଳିନାହିଁ । ସେମାନଙ୍କ ବିରୋଧରେ ପ୍ରସିକ୍ୟୁସନ ପାଇଁ ମନା କରାଯାଇଛି କିମ୍ବା ଆବଶ୍ୟକତା ନଥିବା ଦର୍ଶାଯାଇଛି । ଅନ୍ୟପକ୍ଷରେ ବିଭାଗ କେବଳ ୧୭ ଜଣ ଆଇଏଏସଙ୍କ କ୍ଷେତ୍ରରେ ମୋକଦ୍ଦମା ରୁଜୁ ପାଇଁ ଅନୁମତି ଦେଇଛି । 

ସେହିପରି କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ବେଳେ ୬ ଜଣଙ୍କୁ ଦୁର୍ନୀତି କାରଣରୁ ସରକାର ପ୍ରଥମେ ନିଲମ୍ବନ କରିଥିଲେ ସୁଦ୍ଧା ଅଧିକାଂଶ ଅଧିକାରୀଙ୍କୁ ପରେ ଚାକିରିରେ ପୁନଃ ଅବସ୍ଥାପିତ ହୋଇଛନ୍ତି । ଯାହାକୁ ନେଇ ସରାକରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେହିପରି ଦୁର୍ନୀତି ଅଭିଯୋଗ ଆସିଥିବା IAS ଅଫିସରଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି କି ରାଜ୍ୟ ସରକାର ? ଆଇଏଏସ୍ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ? ଦୁର୍ନିତି ଅଭିଯୋଗ ଆସିଥିବା ରାଜ୍ୟର ସଂଖ୍ୟାଧିକ IAS ଅଧିକାରୀଙ୍କ ବିରୋଧରେ କାହିଁକି ମୋକଦ୍ଦମା କରିବାକୁ ନାରାଜ ରାଜ୍ୟ ସରକାର ? ଦୁର୍ନୀତି ବିରୋଧରେ ସରକାର ଦୃଢ଼ ଭାବେ ଲଢ଼ୁଛନ୍ତି ବୋଲି ଦାବି କରୁଥିବାବେଳେ ସୂଚନା ଅଧିକାରର ଏ ତଥ୍ୟ ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି । 

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *