Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଣି ମାଲକାନଗିରିରେ ଅଜଣା ରୋଗ ଆତଙ୍କ…

1 min read

ମାଲକାନଗିରି:(ସଖପ୍ର) କାଲିମେଳା ବ୍ଲକରେ ଅଜଣା ରୋଗ ଆତଙ୍କ । ଗତ ୧୫ ଦିନ ମଧ୍ୟରେ ବ୍ଲକର ତାପନପାଲ୍ଲି ଗାଁର ୬ଜଣ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ୭ ଜଣ ଶିଶୁ ଗୁରୁତର ଭାବରେ କାଲିମେଳା ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି |ଏବେସୁଦ୍ଧା ଗାଁର ଅନେକ ଶିଶୁ ଏହି ଅଜଣା ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରୀ ଦଳ ଗାଁରେ ପହଞ୍ଚି ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେଠାରେ ଚିକିତ୍ସା ଆରମ୍ଭ କରିଛନ୍ତି । ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ପୁଣି ଜାପାନୀ ଜ୍ଵର ଫେରିଥିବା ସେମାନେ ଆଶଙ୍କା କରୁଛନ୍ତି | ମାଲକାନଗିରିରେ ସବୁଠୁ ଚିନ୍ତାର ବିଷୟ ଯେ, ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିବା ପରେ ପୁଣି ଜ୍ବରରେ ଆକ୍ରାନ୍ତ ହେଉଛନ୍ତି ଶିଶୁମାନେ । ଗତ ୧୫ ଦିନ ମଧ୍ୟରେ ତାପନପାଲ୍ଲି ଗାଁର ୬ ଜଣ ଶିଶୁ ପ୍ରାଣ ହରାଇବା ପରେ ଆଜି ଗାଁରେ ପହଞ୍ଚିଛି ଏକ ଡାକ୍ତରୀ ଦଳ । ଘର ଘର ବୁଲି ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ, ଜ୍ବର ଆକ୍ରାନ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରିଛନ୍ତି । ତେବେ ପିଲାଙ୍କୁ କି ପ୍ରକାର ଜ୍ବର ହେଉଛି ଡାକ୍ତରୀ ଟିମ ସ୍ପଷ୍ଟ କରିନାହିଁ । ତେବେ ଏହାର ଲକ୍ଷଣ ଭାବରେ ପିଲାଙ୍କୁ ପ୍ରଥମେ ଜ୍ବର ହେଉଛି ପରେ ଝାଡା ଓ ବାନ୍ତି ।ସରକାର କେବଳ ଭାଷଣ ବାଜିରେ ନିଜ ଦାୟିତ୍ବ ସାରିଦେଇଥିବାବେଳେ, ଜିଲ୍ଲାରେ ଶିଶୁ ମୃତ୍ୟୁ ଥମିବାର ନା ଧରୁ ନାହିଁ । ସେପଟେ ଦୁଇବର୍ଷ ତଳେ ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ବରର ଦୁଃଖ ମନରୁ ଲିଭିନି । ମାତ୍ର ୨ ମାସ ମଧ୍ୟ୍ୟ ରେ ଶତାଧିକ ଶିଶୁ ପ୍ରାଣ ହରାଇଥିଲେ । ଅନେକ ମାଆଙ୍କ କୋଳ ଶୂନ୍ୟ ହୋଇଯାଇଥିଲା |ସରକାର ଏଥିପାଇଁ ଏକ ବିଶେଷ ଡାକ୍ତରୀ ଦଳକୁ ମାଲକାନଗିରି ପଠାଇଛନ୍ତି |ଦେଖିବାକୁ ବାକିରହିଲା କେବେ ଶିଶୁ ମଡକ ବନ୍ଦ ହେବ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *