Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ସ୍ବାଭିମାନୀ ଅଞ୍ଚଳ…

1 min read

ମାଲକାନଗିରି: ବେଆଇନ ଗଞ୍ଜେଇ ଫସଲ ନଷ୍ଟ । ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢ଼ଉ କରି ଅର୍କେଲ ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଫସଲକୁ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟି ୭ଲକ୍ଷ ୮୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି | ମାଲକାନଗିରି ଅର୍କେଲ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ରାଙ୍ଗିନିଗୁଡା ଓ ତୋଟାଗୁଡା ଗ୍ରାମରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ରବିବାର ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀ ମିଳିତ ଭାବରେ ଚଢାଉ କରିଥିଲେ । ତେବେ ପ୍ରାୟ ୨୭ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛଗୁଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାଟି ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଛି । ତେବେ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଗଞ୍ଜେଇ ଚୋରା ଚାଲାଣକୁ ରକିବା ପାଇଁ ମାଲକାନଗିରି ଅବକାରି ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଥିବା ଜଣାପଡିଛି ।

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *