Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲାଞ୍ଚ ନେବା ବେଳେ ଗିରଫ ହେଲେ ବିଂଝାରପୁର ଥାନାର ଏ ଏସ ଆଇ

1 min read

ଯାଜପୁର:(ସଖପ୍ର) ଭିଜଲାନ୍ସ ଜାଲରେ ଯାଜପୁର ବିଂଝାରପୁର ଥାନାର ଏ ଏସ ଆଇ ଯୁଧିଷ୍ଠିର ମଲ୍ଲିକ । ସୂଚନା ଅନୁସାରେ ବିଂଝାରପୁର କଣ୍ଟିପୁରର ଅଂଚଳର ପ୍ରଫୁଲ ମଲ୍ଲିକ କୌଣସି ଜମିଜମା ଗଣ୍ଡଗୋଳକୁ ନେଇ କଣ୍ଟିପୁର ଗ୍ରାମର କରୁଣାକର ମଲ୍ଲିକ ଓ ତାଙ୍କ ପରିବାର ବିରୋଧରେ ଗତ ମାସ ୧୮ ତାରିଖରେ ବିଂଝାରପୁର ଥାନାରେ କେସ ନଂ ୨୯୨/୨୦୧୯ରେ ଏତଲା କରିଥିଲେ । ପରେ ପରେ ଉକ୍ତ ଘଟଣାକୁ ନେଇ କରୁଣାକର ମଲ୍ଲିକଙ୍କର ପତ୍ନୀ କାମିନୀ ମଲ୍ଲିକ ପ୍ରଫୁଲ ମଲ୍ଲିକ ଓ ତାଙ୍କ ପରିବାର ବିରୋଧରେ କେସ ନଂ ୨୯୩/୨୦୧୯ରେ ଏତଲା ଦେଇଥିଲେ ।

ଏହି ମାମଲାରେ ଏ ଏସ ଆଇ କରୁଣାକର ମଲ୍ଲିକଙ୍କ ପରିବାରକୁ ୧୫,୦୦୦ଟଙ୍କା ନଦେଲେ ସେମାନେ ଆଗକୁ ବହୁ ହଇରାଣ ହେବେ ବୋଲି ଧମକ ଦେଇଥିଲେ ଏ ଏସ ଆଇ ଯୁଧିଷ୍ଠିର ମଲ୍ଲିକ। ପରେ କରୁଣାକର ମଲ୍ଲିକଙ୍କ ଭାଇ ବାଇଧର ମଲ୍ଲିକ ଯାଜପୁର ଭିଜିଲାନ୍ସର ସହାୟତା ନେଇ ବିଂଝାରପୁର ପେଟ୍ରୋଲ ପମ୍ପ ନିକଟରେ ରହିଥିବା ତାଙ୍କ ବାସଭବନରେ ୧୦,୦୦୦ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ଯାଜପୁର ଭିଜିଲାନ୍ସ ଡ଼ିଏସପି ବନମାଳୀ ଧଳ ଓ ଇନ୍ସପେକ୍ଟର ଅନୁସୟା ସେନାପତିଙ୍କ ନେତୃତ୍ୱରେ ଘଟଣାସ୍ଥଳରୁ ପୁଲିସ ଏ ଏସ ଆଇ ଯୁଧିଷ୍ଠିର ମଲ୍ଲିକଙ୍କୁ ଲାଞ୍ଚ ୧୦,୦୦୦ ଟଙ୍କା ସହ ଗିରଫ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *