Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର ଅନୁଷ୍ଠିତ

1 min read

ଗଞ୍ଜାମ ଜିଲ୍ଲା /ପୁରୁଷୋତ୍ତମପୁର 16/09 :- ସ୍ଥାନୀୟ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଢ଼ିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତା 2 ଦିନ ଧରି ଚାଲୁ ରହିବ l ଏହି ପ୍ରତିଯୋଗିତାରେ ଶତାଧିତକରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏଥିରେ ବ୍ଲକରୁ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଆଦର୍ଶ ବିଦ୍ୟାଳୟର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବା ସହ ତନ୍ମଧ୍ୟରୁ 100ରୁ ଉର୍ଦ୍ଧ୍ୱ ଯୋଗ୍ୟ ବିବେଚିତ ହୋଇ ଆସନ୍ତା ସେପ୍ଟେମ୍ବରରେ କବିସୂର୍ଯ୍ୟନଗର ହେବାକୁ ଥିବା ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ l ଆଜିର ଏହି ଉଦଘାଟନ ଉତ୍ସବରେ ବ୍ଲକ ଶିକ୍ଷାଧିକାରି ଶ୍ରୀଯୁକ କିଶୋର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ କ୍ରୀଡା ଉତ୍ସବରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ବେହେରା, ତହସିଲଦାର ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ତାରାତାରିଣୀ ମହାବିଦ୍ୟାଳୟ ପ୍ରିନ୍ସପାଲ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକ, କଲେଜ ପରିଚାଳନା ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର, ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ଛାତ୍ର ଜୀବନରେ କ୍ରୀଡା ଓ ଶାରୀରିକ ଶିକ୍ଷାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅରୁଣ କୁମାର ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *