Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆମେ ଜିଣିବା ଆମେ ଜାଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

ମାଲକାନଗିରି ୨୨/୦୯(ସଖପ୍ର):ମାଲକାନଗିରି ବ୍ଳକ ଅନ୍ତର୍ଗତ ଶିଖାପାଲ୍ଲି ଗ୍ରାମସ୍ଥିତ ଅନୁସ୍ଵଚିତ ଜାତି ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅଭିଭାବକ ଏବେ ଭାଗିଦାରୀ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା ସ୍ଵାଇଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ, ଯୋଗଦାନ କରି ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କୁ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରି ଥିଲେ । ମୁଖ୍ୟବକ୍ତା ଡଃ ରଂଜନ କୁମାର ସ୍ୱାଇଁ ବାଣିଜ୍ୟ ବିଭାଗ ମୁଖ୍ୟ ମାଲକାନଗିରି, ମାଲକାନଗିରି ଉପଦେଶ ଛଳରେ ଜ୍ଞାନ ହିଁ ସର୍ବଶ୍ରେଷ୍ଠ ପନ୍ଥା, ସରକାର ଯୋଗାଇ ଦେଉଥିବା ବିଭିନ୍ନ ଯୋଜନାରୁ କିପରି ଭରପୁର ଫାଇଦା ପାଇ ଉତ୍ତମ ମଣିଷ ହୋଇ ପାରିବ ଏହା ସବୁ ଛାତ୍ର ଛାତ୍ରା ଅବଗତ ହେବା ଆବଶ୍ୟକ। ଅନ୍ୟତମ ସ୍ଵତନ୍ତ୍ର ଅତିଥି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ଭୂଜବଳ ସରକାର ତଫସିଲ ଭୁକ୍ତ ଜାତି/ଜନଜାତି କିପରି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି ତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରାରମ୍ଭର ବିଘ୍ନ ବିନାଶକ ଗଣେଷଙ୍କ ପାଖରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ପରେ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା ପରେ ଏହି କାର୍ଯ୍ୟକ୍ରମ ପାଳନ କରିବା ଉଦ୍ଦେଶ୍ୟ ବିଷୟରେ ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଭ୍ରମରବର ମଲ୍ଲିକ ସୀମା ସୁରକ୍ଷା ବଳ ସବ ଇନସ୍ପେକ୍ଟର ଜତିନ୍ଦ୍ର ବେଉରା, ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାପାତ୍ର, ବନରକ୍ଷୀ ସରୋଜ କୁମାର ସ୍ଵାଇଁ, ଗ୍ରାମ ମୁଖ୍ୟ ମୁଡ଼ା ମାଡକାମୀ, ସହିଦ ଲକ୍ଷ୍ମଣ ନାୟକ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ମହାରଣା, ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ରାଜା ମାଢି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଦୁଇ ଶହରୁ ଅଧିକ ଅଭିଭାବକ ଯୋଗଦେଇ ନିଜ ମତାମତ ରଖିଥିଲେ। କୃତି ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।ସରକାର ଦ୍ଵାରା ପ୍ରଦତ୍ତ କ୍ୟାଲେଣ୍ଡରକୁ ଅଭିଭାବକ ମାନଙ୍କୁ ବଣ୍ଟା ଯାଇଥିଲା। ବିଭିନ୍ନ ବିଭାଗ ଦ୍ଵାରା ଲଗାଯାଇଥିବା ଷ୍ଟଲକୁ ଅତିଥି ମାନଙ୍କ ଦ୍ଵାରା ଉଦ୍ଘାଟନ କରାଯାଇ । ବିଜ୍ଞାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତି ମଞ୍ଚ ପରିଚାଳନା,ସହଯୋଗୀ ଭାବରେ ଜ୍ୟୋତ୍ସା ରାଣୀ ଓ ସୋନାଲି ନାୟକ ଓ ଆନନ୍ଦ ଦାଶ ସହ ସାକ୍ଷାତ / ଅପରାହ୍ନରେ ଅଭିଭାବକମାନଙ୍କ ମଧ୍ୟରେ କୌତୁହଳ ପ୍ରତିଯୋଗିତା, ପରେ,ବେଲୁନ୍‌ ଖେଳ ଅନୁଷ୍ଠିତ କରି କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବ ଶେଷରେ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ଏହା ପରେ ବନ୍ଧୁ ମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କ ତପସିଲ ଜାତି/ଜନ ଜାତି ବିଭାଗ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ, ମଙ୍ଗଳ ବିଭାଗ ଆର୍ଥୀକ ସହାୟତ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *