Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାରେ ଆୟୁଷ୍ମାନ ଭବ ଅଭିଯାନ ଶୁଭାରମ୍ଭ, ସ୍ବେଚ୍ଛାକୃତ ଅଙ୍ଗଦାନ କରିବା ପାଇଁ ପ୍ରତିଜ୍ଞା

1 min read

ମାଲକାନଗିରି (ସଖପ୍ର):ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜି ସୁସ୍ଥ ଭାରତ ଅମର୍ଥ ଭାରତ ର ଆୟୁସ୍ମାନ ଭବ ଅଭିଯାନ ଶୁଭାରମ୍ଭ ହୋଇଛି | ଏହି ଅବସରରେ ସ୍ବେଚ୍ଛା କୃତ ଅଙ୍ଗଦାନ କରିବା ପାଇଁ ସୂଚନା ତଥା ପ୍ରତିଜ୍ଞା କରାଯାଇଛି। ମାନନୀୟା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଙ୍କ ଦ୍ଵାରା ଆୟୁଷ୍ମାନ ଭବ ଅଭିଯାନ ଭର୍ଚୁଆଲ ମାଧ୍ୟମ ରେ ଲୋକାର୍ପିତ ହେବା ପରେ ମାଲକାନଗିରି ରକ୍ତଭଣ୍ଡାର ସଭାଗୃହ ରେ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଫୁଲ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଯୋଗଦେଇ ଜିଲ୍ଲା ରେ ଆୟୁଷ୍ମାନ ଭବ ଅଭିଯାନ କୁ ଉଦ୍ଘାଟନ କରିଛନ୍ତି।ଏହି ଯୋଜନା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ବିସ୍ତାର, ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସପ୍ତାହିକ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯିବ।ସ୍ୱେଚ୍ଛାକୃତ ରକ୍ତଦାନ ଶିବିର,ସ୍ୱେଚ୍ଛାକୃତ ଅଙ୍ଗ ଦାନ ପାଇଁ ସୂଚନା ଓ ପତିଜ୍ଞା କରାଯାଇ ସମସ୍ତ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସିଡିଏମଓ ଶ୍ରୀ ନନ୍ଦ କହିଥିଲେ। ଏହି ଅବସରରେ ପ୍ରଥମଥର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ସ୍ବେଚ୍ଛାକୃତ ଅଙ୍ଗଦାନ କରିବା ପାଇଁ ସୂଚନା ଦେବା ସହ ପ୍ରତିଜ୍ଞା କରିଥିଲେ। ଶ୍ରୀ ଦାଶ ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନ ର ନିକ୍ଷୟମିତ୍ର ରେ ସାମିଲ ହୋଇ ଜଣେ ଗରିବ ଯକ୍ଷ୍ମା ରୋଗୀ ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ପୃଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଥିଲେ। ତାଙ୍କର ଏହି ସେବା ମନୋଭାବ କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହିତ ଅନ୍ୟଡ଼ାକ୍ତର ମାନେ ସାଧୁବାଦ ଜଣାଇ ପ୍ରଶଂସା କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ତମ ଅତିଥି ଭାବେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜ ବନ୍ଧୁ ଦାଶ, ମଶା ବାହିତ ରୋଗ ଉପନିର୍ଦ୍ଦେଶକ ଡାକ୍ତର ଧନେଶ୍ୱର ମହାପାତ୍ର, ଡାକ୍ତର ଦୁର୍ଗା ପ୍ରସାଦ ରାଜ,ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ଅଧିକାରୀ ସସ୍ମିତା ସାହୁ,ମଶା ବାହିତ ରୋଗ ପ୍ରାମର୍ଶଦାତା ଅଜିତ କୁମାର ଦଳେଇ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ୩୬ଜଣ ଯୁବ ଡାକ୍ତର ଙ୍କୁ ଆୟୁଷ୍ମାନ ଭବ ଅଭିଯାନ ଓ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆ ଯାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *