Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ତହସିଲ କର୍ମଚାରୀଙ୍କ ଅକାଳ ବିୟୋଗ

1 min read

ବାଲେଶ୍ଵର,୨୬/୧୨–ବାଲେଶ୍ଵର ଜିଲ୍ଲା ଖଇରା ତହସିଲର ପିଅପ ପ୍ରମୋଦ ସେଠୀଙ୍କ ଅକାଳ ମୃତ୍ୟୁ ହୋଇଯାଇଛି । ଘଟଣାରୁ ଯାହା ଜଣାପଡିଛି କି ଗତ ତା ୨୪/୧୨/୨୯ରିଖ ଦିନ ତହସିଲ କାର୍ଯ୍ୟ ସାରି ଶ୍ରୀ ସେଠୀ ତାଙ୍କ ଘର ଭଦ୍ରକରେ ପହଞ୍ଚି ଥିଲେ । ବିଳମ୍ବିତ ରାତ୍ରିରେ ହଠାତ୍ ଶ୍ରୀ ସେଠୀ ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଭଦ୍ରକ ଜିଲ୍ଲା ମେଡିକାଲକୁ ନେଇଥିଲେ ।

ସେଠାରେ ଡାକ୍ତରଙ୍କ ଦ୍ବାରା ସମସ୍ତ ପ୍ରକାର ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାର ଡାକ୍ତର ଜାଣିବାକୁ ପାଇଥିଲେ । କାଳବିଳମ୍ବ ନ କରି ଡାକ୍ତର କଟକ ବଡ ମେଡ଼ିକାଲକୁ ନେବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ନେଇଥିଲେ । ସେଠାରେ ସମସ୍ତ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଜଣାପଡି ନ ଥିଲେ ମଧ୍ୟ ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତହସିଲ ତଥା ପରିବାର ଲୋକେ ଆଶାବ୍ଯକ୍ତ କରିଛନ୍ତି । ତହସିଲ କାର୍ଯ୍ୟ ଦିବସରେ ସେ ଜଣେ ସଚ୍ଚୋଟ , ପରିଶ୍ରମୀ ଓ ସମସ୍ତଙ୍କର ଆଦରଣୀୟ ବ୍ଯକ୍ତି ତଥା କର୍ମଚାରୀ ଥିଲେ । ତାଙ୍କ ମୃତ୍ୟୁରେ ଖଇରା ତହସିଲର ତହସିଲଦାର ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ତହସିଲ କର୍ମଚାରୀ, ମୋହରୀର ଏବଂ ଓକିଲ ସଙ୍ଘ ତରଫରୁ ଏଭଳି ଜଣେ ସଚ୍ଚୋଟ, ପରିଶ୍ରମୀ, ମିଷ୍ଟଭାସୀ ଓ ପରୋପକାରୀ କର୍ମଚାରୀଙ୍କୁ ହରାଇ ଥିବାରୁ ଦୁଃଖ ପ୍ରକାଶ କରାଯାଇଛି । ଏଥିସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଈଶ୍ବରଙ୍କଠାରେ ପ୍ରାର୍ଥନା ମଧ୍ଯ କରିଛନ୍ତି । ଖଇରା ତହସିଲରେ ତାଙ୍କର ଚାକିରୀକାଳ ଭିତରେ ସେ କାହାରିକୁ ତାଙ୍କ ଦ୍ବାରା ଯେତିକି ସମ୍ଭବ ସାହାଯ୍ୟ ପ୍ରଦାନ କ୍ଷେତ୍ରରେ ଅବହେଳା କରିଥିବାର ପରିଲକ୍ଷିତ ହୋଇ ନ ଥିବାର ସାଧାରଣଙ୍କ ଲୋକେ ପ୍ରକାଶ କରିଛନ୍ତି । ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଳମ୍ବରେ ସମ୍ପୂର୍ଣ୍ଣ ଖବର ଆମ୍ଭର ହସ୍ତଗତ ହୋଇଥିବାରୁ ଖବର ପ୍ରକାଶ କରିବାକୁ ବାଧ୍ଯ ହେଲୁ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *