Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ

1 min read

ବାଲେଶ୍ଵର,୨୬/୧୨– ବାଲେଶ୍ଵର ଜିଲ୍ଲା ଖଇରା ଥାନା ଶାଳଗଡିଆ ଗ୍ରାମର ଗୀତଞ୍ଜଳୀ ନାଇକ ଝିଅର ଦୁଷ୍କର୍ମ ନେଇ ଆଜି ଥାନାରେ ଅଭିଯୋଗ କରିଛନ୍ତି । ଝିଅର ମାଆ ଗୀତଞ୍ଜଳୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ତାଙ୍କର ଝିଅ ଏକାକୀ ବିଲକୁ ଝାଡା ଯାଇଥିଲା । ଏହାର ସୁଯୋଗ ନେଇ ଶାଳଗଡିଆ ଗ୍ରାମର କାଳିଆ ନାଇକ(୨୩) ପି ଶୁକଦେବ ନାଇକ ମୋ ଝିଅ ଝାଡା ବସିଥିବା ସମୟରେ ଜୋରଜବରଦସ୍ତ ପାଟିରେ ହାତଦେଇ ଏକ ନିଛାଟିଆ ଘରକୁ ଟେକିନେଇ ଦୁଷ୍କର୍ମ କରିଥିଲା । ଏବାବଦରେ ଘରେ କିମ୍ୱା କାହାରି ପାଖରେ ପ୍ରକାଶ କଲେ ଜୀବନରୁ ମାରିଦେବାର ମଧ୍ୟ ଧମକ ଦେଇଥିଲା । ଘରେ ବାପା ଭାଇ ନ ଥିବା ବେଳେ ମାଆକୁ ଏ ବାବଦରେ ଜଣାଇବା ପରେ ଝିଅଠାରୁ ମାଆ ସମସ୍ତ ଘଟଣା ଶୁଣି ଘଟଣା ବାଵଦରେ ବୁଝିବା ପାଇଁ ତା ଘରୁ କାଳିଆକୁ ଧରି ଫେରୁଥିବା ବେଳେ ହଠାତ୍ ଶ୍ରୀକାନ୍ତ ନାଇକ ପି ଶୁକଦେବ ନାଇକ ବେଧୀ,ବେଶ୍ଯା ମାଇକିନା ମୋ ଭାଇକୁ କୁଆଡେ ନେଇଯାଉଛୁ ବୋଲି କହି ଗାଲକୁ ଶକ୍ତ ଚାପୁଡା ମାରି ଦୁଷ୍କର୍ମକାରୀ କାଳିଆକୁ ଛଡାଇ ନେଇଥିବାର ଆଜି ଖଇରା ଥାନାରେ ମାଆ ଗୀତଞ୍ଜଳୀ ନାଇକ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରଛି । ଦେଖାଯାଉ ନୂଆକରି ଯୋଗଦାନ କରିଥିବା ଥାନାଧିକାରୀଙ୍କ ଠାରୁ ଦୁଷକର୍ମକାରିଣୀଙ୍କୁ କି ପ୍ରକାର ନ୍ଯାୟ ମିଳୁଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *