Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅସହାୟ ବୃଦ୍ଧର ଦୁଃଖ ଶୁଣିବ କିଏ ?

1 min read

କେନ୍ଦୁଝର ଜିଲ୍ଲା: ହାଟଡିହି ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ହବେଳେଶ୍ଵର ପଞ୍ଚାୟତ ହବେଳେଶ୍ଵର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।

ସରକାରଙ୍କ ୫ଟି ମୋ ସରକାର ଯୋଜନାରେ ଲୋକଙ୍କୁ ସାହାଯ୍ୟ ସହଯୋଗ ବଦଳରେ ହଇରାଣ କଲାପରି ଘଟଣା ଜନସାଧାରଣଙ୍କ ଦୃଷ୍ଟି ଗୋଚରକୁ ଆସିଛି। ୮୦ ବର୍ଷୀୟ ବୃଦ୍ଧ ଜୟରାମ ମହାଳିକ ବିଲକୁ ଗାଈ ଚରାଇବା ପାଇଁ ଯାଇଥିବାବେଳେ ଏକ ମାଙ୍କଡ ଡେଇଁ ପଡିବାରୁ କିଛି ଗାଈଗୋରୁ ଅନ୍ୟ ଲୋକଙ୍କ ବିଲକୁ ପସିଯାଇଥିଲେ। କିଛି ଅସାମାଜିକ ବ୍ୟକ୍ତି ୮୦ ବର୍ଷୀୟ ବୃଦ୍ଧକୁ ନିର୍ଧୁମ ଭାବେ ମାଡମାରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଯୋଉଥି ପାଇଁ ଜୟରାମ ମହାଳିକ ଆଇନର ଆଶ୍ରୟ ନେଇଥିଲେ । ୨ଦିନ ବିତିଯାଇଥିଲେ ମଧ୍ୟ ଥାନାରେ ରିପୋର୍ଟ ଗ୍ରହଣ କରି ରିପୋର୍ଟ କପି ଦେବା ବଦଳରେ ଅସହାୟ ବୃଦ୍ଧକୁ କୌଣସି ନ୍ୟାୟ ନଦେଇ ହନ୍ତସନ୍ତ କରୁଛନ୍ତି। ଯାହାକି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *