Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାଇପାସ୍‍ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଯୁବ ବିକାଶ ପରିଷଦ ପକ୍ଷରୁ ଧାରଣା

1 min read

ରାୟଗଡ଼ା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡ଼ା ସହରରେ କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ ବଢୁଥିବାବେଳେ ପ୍ରସ୍ତାବିତ ବାଇପାସ ରୋଡ ନିର୍ମାଣ ବିଳମ୍ବ ଘଟୁଥିବାରୁ ଆଜି ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି । ସଂଘ ପକ୍ଷରୁ ଉକ୍ତ ବାଇପାସ ତୁରନ୍ତ ନିର୍ମାଣ ଦାବିରେ ସହରସ୍ଥିତ ପୂର୍ତ୍ତି ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ କରାଯାଇଛି । ସହରରେ ବଢୁଥିବା ଟ୍ରାଫିକ ସମସ୍ୟା ଓ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ହୋଟେଲ ସାଇ ଇଣ୍ଟରନ୍ୟାସନାଲ ଛକଠାରୁ କଟଲାଗୁଡା, ପିତାମହଲ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଡକାଯାଇଥିଲା । ତେବେ ଉକ୍ତ ଟେଣ୍ଡର ପ୍ରକ୍ରିୟା ଏକବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ରାସ୍ତା ନିର୍ମାଣ ଶେଷ ହୋଇନାହଁ । ଉକ୍ତ ବାଇପାସ ରାସ୍ତା ସିରିଗୁଡାଠାରୁ ପିତାମହଲ ଯାଏଁ ନିର୍ମାଣ କାର୍ଯ୍ୟକୁ ନେଇ ଠିକାଦାରଙ୍କ ବିରୋଧରେ ନ୍ୟାୟାଳୟରେ ମାମଲା ରହିଥିବାରୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଘଟୁ ନାହିଁ । ତେଣୁ ଏ ନେଇ ଜିଲ୍ଲା ବିକାଶ ପରିଷଦ ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ସଂଘ କର୍ମକର୍ତ୍ତା ସ୍ଥାନୀୟ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏଥିସହ ପୂର୍ତ୍ତବିଭାଗ ଅଧିକ୍ଷଣଯନ୍ତ୍ରୀ ଏମ ଆର ତ୍ରିପାଠୀଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯଦି ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ବାଇପାସ ରାସ୍ତା କାମ ନିର୍ମାଣ ନ ହୁଏ ତେବେ ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *