Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଟାଉନ୍ ପୋଲିସ ପଞ୍ଝାରେ ପେଶାଦାର ମୋଟର ସାଇକେଲ ଲୁଟେରା ଓ ୧୧ଟି ମୋଟର ସାଇକେଲ ଉଦ୍ଧାର

1 min read

କୋରାପୁଟଜିଲ୍ଲା/ଜୟପୁର: ଆଜି ଜୟପୁର ପୋଲିସ ୧୧ଟି ଚୋରା ମୋଟର ସାଇକେଲ ସହ ତିନୋଟି ଚୋରଙ୍କୁ ଧରି କୋର୍ଟକୁ ପଠାଇଛି। ଗତ ତା୧୯,୦୪,୨୦୨୩ରିଖରେ ଜି.ଗଣେଷ ନାମକ ବ୍ୟକ୍ତି ଜୟପୁର ଟାଉନ ଥାନାରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଜୟପୁର ପାଓ୍ବାର ହାଉସ କଲୋନୀରେ ଜି.ଗଣେଷଙ୍କ ନିଜେ ରହୁଥିବା ଘର ପାଖ ଟିଣଛପର ତଳେ ହିରୋ ମୋଟର ସାଇକେଲ ରଖିଥିଲେ। ସେ ଘରେ ବିଶ୍ରାମ ନେଇ ଆସି ଦେଖିଲେ ମୋଟର ସାଇକେଲ ନାହିଁ। ସେ ସବୁଆଡେ ଖୋଜିଲେ ଓ ନ ପାଇବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ୧୨୭/୨୯.୦୪.୨୦୨୩ u/s-379 IPC ରେ ମାମଲା ପଞ୍ଜିକୃତ କରି ତଦନ୍ତ ଜାରୀ ରଖିଥିଲେ। କୌଣସି ସୂତ୍ରରୁ ପୋଲିସ ଖବର ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଜୟପୁର ଟାଉନ୍ ପୋଲିସ ଚଢଉ ଜାରୀ ରଖିଥିଲେ। ଫଳସ୍ବରୁପ ଏଲ୍.ଅଖିଲ ଓ କୃଷ୍ଣ ନାୟକ ପୋଲିସ ହାତରେ ଧରା ପଡିଥିଲେ। ପୋଲିସ ସେମାନଙ୍କୁ ପଚରାଉଚରା ସମୟରେ ସେମାନେ ପେଶାଦାର ମୋଟର ସାଇକେଲ ଚୋର ବୋଲି ମାନିଥିଲେ। ପାଓ୍ବାର ହାଉସରୁ ଚୋରିକରିଥିବା ହିରୋ ମୋଟର ସାଇକେଲଟିକୁ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମର ପଦମନ ହରିଜନ, ପିତା-ହରି ହରିଜନକୁ ବିକ୍ରି କରିଛନ୍ତି ବୋଲି ପ୍ରକାଶ କଲେ। ଏଥିସହ ଆଉ ୧୦ଟି ମୋଟର ସାଇକେଲ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ। ପୋଲିସ ସେଗୁଡିକ ଉଦ୍ଧାର କରି ମୋଟ ୧୧ଟି ମୋଟର ସାଇକେଲ ଥାନାକୁ ଆଣିଥିଲେ ଓ ମୋଟର ସାଇକେଲ ମାଲିକ ମାନଙ୍କୁ ଯୋଗାଯୋଗ କରିଥିଲେ। ଏସ୍ ଡି ପିଓ IPS ହରିଶ ବିସି ଓ IIC ସମ୍ବିତ ବେହେରାଙ୍କ ତତ୍ତ୍ବାବଧାନରେ ଏହି ଚଢାଉ ଟିମରେ SI ସଞ୍ଜୀବ ମହାନ୍ତି, SI ସିଦ୍ଧାନ୍ତ ବେହେରା, ASI ବିଷ୍ଣୁ ମାଡକାମୀ ସାମିଲ ଥିଲେ। ଆସନ୍ତା ଦିନରେ ସହରର କୌଣସି ବ୍ୟକ୍ତି ପୂରୁଣା ମୋଟର ସାଇକେଲ କିଣିଲେ ତୁରନ୍ତ ମାଲିକାନା ନିଜ ନାମକୁ ପରିବର୍ତ୍ତନ କରନ୍ତୁ, ତତସଙ୍ଗେ କୌଣସି ସନ୍ଧେହ ଆସିଲେ ତୁରନ୍ତ ପୋଲିସକୁ ଅବଗତ କରନ୍ତୁ ବୋଲି ଏସ୍ ଡି ପିଓ IPS ହରିଶ ବିସି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *