Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ନିର୍ବାଣ ସାହିତ୍ୟ ପରିଷଦ”,ଜୟପୁର ତରଫରୁ କବିତା କର୍ମଶାଳା ଆୟୋଜିତ

1 min read

ମାଲକାନଗିରି : ନିର୍ଝରଣୀ ସାହିତ୍ୟ ସଂସଦ କୁଡୁମୁଲୁଗୁମ୍ମା ତଥା ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ କୁଡୁମୁଲୁଗୁମ୍ମା ମିଳିତ ସହଯୋଗରେ ନିର୍ବାଣ ସାହିତ୍ୟ ପରିଷଦ ଜୟପୁର ତରଫରୁ ଏକ ଦିବସୀୟ କବିତା କର୍ମଶାଳା ଓ କବିତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଣ ସାହିତ୍ୟ ପରିଷଦ ଜୟପୁର ତରଫରୁ ଅତିଥି ଭାବେ ସମ୍ପାଦକ ତଥା ବରିଷ୍ଠ ସାହିତ୍ୟିକ ଚନ୍ଦ୍ରକାନ୍ତ ବିଶ୍ୱାଳ, ସାହିତ୍ୟିକ ପ୍ରେମଚାନ୍ଦ ପଟ୍ଟନାୟକ, ଗବେଷକ ତଥା କବି ଡଃ ପ୍ରଦୀପ କୁମାର ମିଶ୍ର,କୁଡୁମୁଲୁଗୁମ୍ମା ମାଟି ର କବି ବଳରାମ ପୂଜାରୀ, ସମାଜସେବୀ ଭଗବାନ ସାହୁ ତଥା ଡାରଉଇନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ କୁଡୁମୁଲୁଗୁମ୍ମା ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ ଅଧ୍ୟାପିକା ସଞ୍ଚିତା ଖୋସଲା ମଞ୍ଚାସିନ ଥିଲେ । ଆକାଶବାଣୀ ଜୟପୁର ର ଉଦ୍ ଘୋଷକ ତଥା ନିର୍ବାଣ ସାହିତ୍ୟ ପରିଷଦ ର ସହ ସମ୍ପାଦକ ରଘୁନାଥ ବିଶ୍ୱାଳ ମଞ୍ଚ ସଞ୍ଚାଳନ କରିଥିଲେ । ଏହି ଅବସରରେ କୁଡୁମୁଲୁଗୁମ୍ମା ଗ୍ରାମବାସୀଙ୍କ ତରଫରୁ ଜୟପୁର ରୁ ଆସିଥିବା ସମସ୍ତ କବି ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ବୈଠକ ରେ କବିତା ଆସର ସହ କବିତା କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ କୁଡୁମୁଲୁଗୁମ୍ମା ଡକ୍ଟର ସନ୍ତୋଷ କୁମାର ଷଡ଼ଙ୍ଗୀ ସଭାପତିତ୍ବ କରିଥିଲାବେଳେ, ଅତିଥି ଓ ସାଧନ କର୍ମୀ ଭାବେ ଡଃ ପ୍ରଦୀପ କୁମାର ମିଶ୍ର ଓ ପ୍ରେମଚାନ୍ଦ ପଟ୍ଟନାୟକ ମହୋଦୟ ଯୋଗଦାନ କରି ଯୁକ୍ତ ତିନି ର ଛାତ୍ରଛାତ୍ରୀ ମାନଙ୍କୁ କବିତା ଲିଖନ ଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଦ୍ୱିତୀୟ କବିତା ଆସରରେ କବି ବଳରାମ ପୂଜାରୀ, କବି ଵିରୁପାକ୍ଷ ସ୍ୱାଇଁ, କବି ପ୍ରୀୟମ୍ଵଦା ରାଉତ, କବି କରୁଣାକର ମଲ୍ଲିକ, କବି ଯଚିନ୍ଦ୍ର ସ୍ୱାଇଁ, କବି ପ୍ରଦୀପ ସରକାର, କବି ଯୁଗଳ କିଶୋର ସ୍ୱାଇଁ, କବି ମଳୟ ନନ୍ଦି, କବି ଉମାଶଙ୍କର ଦାଶ, କବି ଉମାଚାନ୍ଦ ଵରାଳ, ଦିଲ୍ଲୀପ କୁମାର ସ୍ୱାଇଁ କବିତା ପାଠ କରିଥିଲେ। ସାହିତ୍ୟ ଉତ୍ସବକୁ ମଧୁମିତା ବିଶ୍ୱାଳ, ଶ୍ରୀ ଦେବୀ ପରିଡ଼ା, ଶ୍ୟାମସୁନ୍ଦର ଦେଓ, କବି ଅଞନ ଚୌଧୁରୀ କବିତା, ରମେଶ ଚନ୍ଦ୍ର ନେଲୁରୁ, ଆନନ୍ଦ ଚାର୍କି, ଦେବରାଜ ସେଠୀ, ଗଣେଶ ପ୍ରସାଦ ଦାଶ,ଵାବି ବେହେରା, ପୁଷ୍ପାଞ୍ଜଳି ରଣା, ଇନ୍ଦ୍ରମଣି ପୁଜାରୀ ଓ ଗ୍ରାମ ର ଅନ୍ୟାନ୍ୟ ବନ୍ଧୁ ସହଯୋଗ କରି ଉତ୍ସବକୁ ସଫଳ କରିଥିଲେ। ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ କବିତା ଲିଖନ ପ୍ରତିଯୋଗିତା କରି ଶ୍ରେଷ୍ଠ ତିନି ଜଣ ଯଥା- ପବିତ୍ର ମୁଦୁଲି, ରଞ୍ଜିତା ଦାସ୍ ଓ ଦହନା ହନ୍ତାଳଙ୍କୁ ଶ୍ରେଷ୍ଠ ପ୍ରଥମ ଦିତ୍ୱୟ ଓ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା । ଉକ୍ତ ତିନିଜଣ ଯୁଵ କବି ମାନଙ୍କୁ ନିର୍ବାଣ ସାହିତ୍ୟ ପରିଷଦ ଜୟପୁର ର ବାର୍ଷିକ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା କରାଯାଇଛି। ଉତ୍ସବ ପରିଚାଳନା ଓ ସଂଯୋଜକ ଭାବେ କବି ବିଜୟା ପାଣିଗ୍ରାହୀ, କବି ପଦ୍ମଜା ପାଣିଗ୍ରାହୀ, କବି ଅବିନାଶ ସାନ୍ତ୍ତାପାତ୍ର, କବି ରଘୁନାଥ ବିଶ୍ୱାଳ ସହଯୋଗ କରିଥିଲେ।କୁଡୁମୁଲୁଗୁମ୍ମା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ସାରସ୍ବତ ଉତ୍ସବ ଆୟୋଜନ କରିଥିବାରୁ ଆୟୋଜକ ଭଗବାନ ସାହୁ, ବଳରାମ ପୂଜାରୀ, ମଧୁମିତା ବିଶ୍ୱାଳ ଓ ଅଶୋକ କୁମାର ପ୍ରଧାନ ଙ୍କୁ ନିର୍ବାଣ ସାହିତ୍ୟ ପରିଷଦ ର ସମ୍ପାଦକ ଚନ୍ଦ୍ରକାନ୍ତ ବିଶ୍ୱାଳ ଧନ୍ୟଵାଦ୍ ଅର୍ପଣ କରିବା ସହ ଆଗାମୀ ବାର୍ଷିକ ଉତ୍ସବ କୁଡୁମୁଲୁଗୁମ୍ମା ଠାରେ ମହାସମାରୋହରେ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ। ନିର୍ଝରଣୀ ସାହିତ୍ୟ ସଂସଦ କୁଡୁମୁଲୁଗୁମ୍ମା ଓ ନିର୍ବାଣ ସାହିତ୍ୟ ପରିଷଦ ଜୟପୁର ର ଏହି ମିଳିତ ସାରସ୍ବତ ସମାରୋହକୁ ବୁଦ୍ଧିଜୀବୀ ମାନେ ଭୁୟୋଷି ପ୍ରଶଂସା କରିଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *