Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

1 min read

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ବ ଦେଇଛନ୍ତି ସରକାର । ସଫିନ ଅହମ୍ମଦ. କେଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ବ ଦିଆଯାଇଛି । ସେହିପରି ୨୦୦୮ ବ୍ୟାଚ ଆଇପିଏସ ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ଭାବେ ନିଯୁକ୍ତି ହୋଇଛନ୍ତି । କ୍ରାଇମବ୍ରାଞ୍ଚ ସିବିସିଆଇଡି ଦାୟିତ୍ବରେ ଥିବା ଅମିତେନ୍ଦ୍ର ସିହ୍ନା କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ତାଙ୍କ ସ୍ଥାନରେ ୨୦୦୩ ବ୍ୟାଚର ସଫିନ ଅହମ୍ମଦଙ୍କୁ ବଦଳି କରାଯାଇଛି । ୨୦୧୧ ବ୍ୟାଚ ଯୁଗଳ କିଶୋର କୁମାର ବନୋଥାକୁ ଏଆଇଜିପି ହେଡକ୍ବାର୍ଟର ବଦଳି ହୋଇଛି । ସେହିପରି ୨୦୧୫ବ୍ୟାଚ ଆଇପିସି ରାହୁଲ ଜେନଙ୍କୁ ନୟାଗଡ ଏସପି ଭାବେ ବଦଳି ହୋଇଛି । ମିହିର କୁମାର ପଣ୍ଡାଙ୍କୁ ଏସପି କଟକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । 85 ଜଣ ପୋଲିସ ଅଧିକାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି 909ଜଣ ଏଏସଆଇଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି । ଯେହେତୁ ଆଗକୁ ନିର୍ବାଚନ ଅଛି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଯେଉଁ ଅଧିକାରୀ 3ବର୍ଷରୁ ଅଧିକ ସେହି ଜିଲ୍ଲାରେ ଥିଲେ ସେମାନଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥାଏ । ଏହା ପୂର୍ବରୁ ଗତ ମେ’ ମାସରେ ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ସ୍ତରରେ ରାଜ୍ୟ ସରକାରର ଅଦଳବଦଳ କରିଥିଲେ । 18 ଜଣ ଆଇପିଏସଙ୍କୁ ରାଜ୍ୟ ସରକାର ଅଦଳବଦଳ କରିଥିଲେ । ଅବକାରୀ ଓ ପରିବହନ କମିଶନରଙ୍କୁ ସରକାର ବଦଳାଇଥିଲେ । ଅମିତାଭ ଠାକୁରଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଭାବେ ଦାୟିତ୍ବ ମିଳିଥିଲା । 1989 ବ୍ୟାଚ୍‌ର ଏ.ଏମ୍‌ ପ୍ରସାଦଙ୍କୁ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ସେଲ୍‌ (HRPC)ର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଦିଆଯାଇଥିଲା । 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ, ହୋମଗାର୍ଡ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିଲା । ଯାହା ବର୍ତ୍ତମାନ ସାର୍ଥକ ଷଡ଼ଙ୍ଗୀଙ୍କୁ ମିଳିଛି । ଅତିରିକ୍ତ ଡିଜିପି ହେଡକ୍ବାର୍ଟର ଭାବେ ରାଧାକୃଷ୍ଣ ଶର୍ମା ବଦଳି ହୋଇଥିଲେ । 1995 ବ୍ୟାଚର ଏହି ଅଫିସର ଏହା ପୂର୍ବରୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *