Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅନଲାଇନରେ ଚିଠି ଓ ନଥିପତ୍ର କାର୍ଯ୍ୟର ଶୁଭାରମ୍ଭ କଲେ ଜିଲ୍ଲାପାଳ

1 min read

ମାଲକାନଗିରି :ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଷ୍ଟେଟ୍ ୱାର୍କ ଫ୍ଲୋ ଅଟୋମେସନ୍ ସିଷ୍ଟମ (ଓସ୍ୱାସ୍) ବ୍ୟବସ୍ଥାକୁ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଶାଲ ସିଂ ଏହି ବ୍ୟବସ୍ଥାକୁ ଉଦ୍ଘାଟନ କରି କହିଥିଲେ ଯେ ଓସ୍ୱାସ୍କୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଗଲେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ୫ଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ଦକ୍ଷତା ବୃଦ୍ଧି ହେବା ସହ ଅହେତୁକ ବିଳମ୍ବକୁ ରୋକା ଯାଇପାରିବ । ତତ୍ ସହିତ ସ୍ୱଚ୍ଛତା, ଦକ୍ଷତା, ପ୍ରଭାବଶାଳିତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପାଇଁ ଓସ୍ୱାସ୍ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପକରଣ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ଯ କହିଥିଲେ ଯେ ଅଧିକାରୀ, କର୍ମଚାରୀ ଓ ସର୍ବସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ଗୁଡିକରେ ୬ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ୩ଟି ଫାଇଲ କାର୍ଯ୍ଯ ଓସ୍ୱାସ୍ ମାଧ୍ୟମରେ କରି ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ, ସମସ୍ତ ଡେପୁଟି କଲେକ୍ଟର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଏନଆଇସି ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା କାର୍ଯ୍ୟାଳୟରେ ଏହାର କାର୍ଯ୍ୟକାରିତା ପାଇଁ ଡିଜିଏମ୍, ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ଭୁବନେଶ୍ୱର ଓସ୍ୱାସ୍ ତରଫରୁ ଏକ ବୈଷୟିକ ଦଳ ଏହାର ସୁପରିଚାଳନା ନିମନ୍ତେ ଉପସ୍ଥିତ ଥିଲେ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *