Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଉଚ୍ଚ ନ୍ୟାୟାଳୟ ଆଦେଶ ପ୍ରକାରେ ଚାକିରୀ ଫେରସ୍ତ ପାଇଁ ଜିଲ୍ଲାପାଳଙ୍କୁ ପତ୍ର

1 min read

କୋରାପୁଟ,୧୪/୦୯/୨୩:- ମାନ୍ୟବର ହାଇକୋର୍ଟଙ୍କ ଆଦେଶ ଅନୁସାରେ ପୁନଃ ନିଯୁକ୍ତି ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଠାରେ ଦାବି ରଖିଛନ୍ତି ୬ ଜଣ ଛଟେଇ ଜଳ ସେଚନ ବିଭାଗ କର୍ମଚାରୀ । ଅପର କୋଲାବ ପ୍ରକଳ୍ପରୁ ଛଟେଇ ହୋଇଥିବା ଏହି କର୍ମଚାରୀ କହିଛନ୍ତି ଯେ, ମାନ୍ୟବର ହାଇକୋର୍ଟ ୨୦୧୯ର ରିଟ ପିଟିସନ (C)(OAC) ସଂଖ୍ୟା-୧୦୭୯ର ଶୁଣାଣି କରି ଗତ ୧୩-୧୦-୨୨ର ଆଦେଶ ସଂଖ୍ୟା ୧ରେ ଦର୍ଶାଇଛନ୍ତି ଯେ, ୨୦୦୭ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ୧୫୨୨(C)କୁ ଭିତ୍ତି କରି ପୁନଃ ନିଯୁକ୍ତି ବିଚାର କରାଯାଉ । ଏପରିକି ଏହାକୁ ନେଇ ବହୁ ଛଟେଇ କର୍ମଚାରୀ ମାନେ ପୁନଃ ଚାକିରୀ ପାଇଛନ୍ତି । କିନ୍ତୁ ବହୁ ଛଟେଇ NMR ପୁନଃ ନିଯୁକ୍ତି ଅପେକ୍ଷା କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଆଦେଶ ଦେଇଥିଲେ ଯେ, ଚାକିରୀ ପାଇଥିବା NMRଙ୍କ ଠାରୁ ବହୁ ବରିଷ୍ଠ ମଧ୍ୟ ପୁନଃ ନିଯୁକ୍ତି ଅପେକ୍ଷା ରହିଛନ୍ତି, ସେମାନଙ୍କ କଥା ବିଚାର କରାଯାଉ । ଏସବୁ ବିଷୟ ପତ୍ର ସଂଖ୍ୟା ୫୬୯ରେ ଇନ୍ଦ୍ରାବତୀ ଏବଂ କୋଲାବ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଗତ ମାର୍ଚ୍ଚ ୧ ତାରିଖରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ତଥାପି ବିଭାଗ ନିରବ ରହିଥିବା ହେତୁ ଗତ ୨୦୦୧ ମସିହାରୁ ଚାକିରୀ ହରାଇଥିବା ଆମ୍ଭେ ୧୧ ଜଣ NMR କର୍ମଚାରୀ ନାନା ସମସ୍ୟାର ସମ୍ମୁଖିନ ହୋଇଚାଲିଥିବା କୁହାଯାଇଛି । ୧୧ ଜଣଙ୍କ ମଧ୍ୟରୁ ୩ଜଣଙ୍କ ଦେହାନ୍ତ ହୋଇଥିବା ବେଳେ ଏହି ଆଦେଶ ବଳରେ ପୂର୍ବରୁ ୨୫ ଛଟେଇ କର୍ମଚାରୀ ଚାକିରୀ ମଧ୍ୟ ଫେରି ପାଇଛନ୍ତି । ଏଭଳି କ୍ଷେତ୍ରରେ କାଳେନ୍ଦ୍ରୀ ବାଘ, ବିଦେଶୀ ଗୌଡ଼, ସାଇ ରାମା ରାଓ, ଦୟାମଣି ନାୟକ, ସୁଜାମଣି ସୁନା, ପି ଶଙ୍କର ରାଓ ଆମ କ୍ଷେତ୍ରରେ ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳଙ୍କ ସହ ସେମାନେ ଏହି ପତ୍ରର ନକଲ ମାନ୍ୟବର ଜଳସମ୍ପଦ ମନ୍ତ୍ରୀ, ସଚିବ, 5ଟି ସଚିବଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *