Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକା ଙ୍କ ୮ମ ଶ୍ରାଦ୍ଧବାର୍ଷିକୀ

1 min read

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଅବିଭକ୍ତ କୋରାପୁଟ ଜ଼ିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ରାୟଗଡାସ୍ଥିତ ଅଭିନନ୍ଦନ ହଲରେ ପାଳିତ ହୋଇଯାଇଛି। ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି କୋରାପୁଟ ଡ଼ି ସି ସି ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀପତି ଯୋଗ ଦେଇଥିଲେ। ସ୍ବର୍ଗତ ଉଲାକାଙ୍କ ପୁତ୍ର ତଥା କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲାକା ଏହି କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ।

ଅବିଭକ୍ତ କୋରାପୁଟ ଜ଼ିଲ୍ଲାରୁ ବହୁ କଂଗ୍ରେସର ତୁଙ୍ଗ ନେତା ତଥା ଦଳୀୟ କର୍ମୀ ଯୋଗ ଦେଇଥିଲେ। ଶ୍ରୀ ବାହିନୀପତି ଅବିଭକ୍ତ କୋରାପୁଟ ଜ଼ିଲ୍ଲା ପାଇଁ ସ୍ବର୍ଗତ ଉଲାକାଙ୍କ ଅବଦାନ ସଦାସର୍ବଦା ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।

ସେ ପୁଣି ତାଙ୍କ ବକ୍ତବ୍ୟରେ କହିଥିଲେ ସ୍ବର୍ଗତ ଉଲାକା କଂଗ୍ରେସ ଦଳକୁ ଏକତ୍ରିତ କରି ଜ଼ିଲ୍ଲା ତଥା ପ୍ରଦେଶର ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ। 1992ପୂର୍ବରୁ ଓ ପରେ କଂଗ୍ରେସ କହିଲେ ସ୍ବର୍ଗତ ଉଲାକାଙ୍କୁ ହିଁ ବୁଝାଉଥିଲା। ତାଙ୍କରି ସମୟରେ ହିଁ ଜ଼ିଲ୍ଲା ବହୁ ବିକାଶ ହୋଇଛି ବୋଲି ଅତିଥି ମାନେ କହିଥିଲେ ।ସେ ପୂର୍ବରୁ ସାଂସଦ ଓ ବହୁ ବାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କରି ଅଧୁରା ସ୍ବପ୍ନକୁ ତାଙ୍କରି ସୁ ପୁତ୍ର ତଥା ବର୍ତମାନର କୋରାପୁଟ ସାଂସଦ ପୂରଣ କରିବେ ବୋଲି ଉପସ୍ଥିତ ନେତା ତଥା କର୍ମୀ ମାନେ ମତବ୍ୟକ୍ତ କରିଥିଲେ । ସ୍ବର୍ଗତ ଉଲାକାଙ୍କ ପତ୍ନୀ ତଥା ମହିଳା କଂଗ୍ରେସ ନେତ୍ରୀ ରତ୍ନମଣି ଉଲାକା ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ପୁରୁଷୋତ୍ତମ ଗୋମାଙ୍ଗ ଯୋଗ ଦେଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *